ନୟାଗଡ: ଯୁବତୀ ଘରେ ପଶି ହଟହଟା ଯୁବକ । ଥାନାରେ ହେଲା ଯୁବତୀଙ୍କ ସହ ବିବାହ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଞ୍ଚଳରେ । ଯାହା ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।
ସୂଚନା ଅନୁଯାୟୀ ଏଣ୍ଡୁରିପଥର ଗାଁର ଜନୈକ ଯୁବତୀ ଘରେ ଏକା ଥିବା ସମୟରେ ଏହାର ସୁଯୋଗ ନେଇ କଟକ ଜିଲ୍ଲାର ଶ୍ୟାମ ସୁନ୍ଦର ସ୍ୱାଇଁ ପଶିଯାଇଥିଲେ । ମାତ୍ର ଯୁବତୀଙ୍କ ଭାଇ ଏହାକୁ ଦେଖି ଯୁବକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଜଣଙ୍କୁ ଥାନାକୁ ଆଣିଥିଲେ । ଥାନାରେ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଯୁବକଯୁବତୀଙ୍କ ବିବାହ ପାଇଁ ନିଷ୍ପତି ହୋଇଥିଲା । ଏଥିରେ ଉଭୟ ଯୁବକ ଯୁବତୀ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ତେବେ ଆସନ୍ତା 31 ତାରିଖରେ ଦଶପଲ୍ଲା କୋର୍ଟରେ ବିବାହ ହେବା ନେଇ ଜଣାପଡିଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା , ଇଟିଭି ଭାରତ