ETV Bharat / state

ଦାଦାବଟି ନ ଦେବାରୁ ଛୁରାମାଡ଼, CCTVରେ କଏଦ ଲାଇଭ ଭିଡ଼ିଓ - ନୟାଗଡ଼ରେ ଦାଦାବଟି ନ ଦେବାରୁ ଛୁରାମାଡ଼

ନୟାଗଡ଼ରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରମାଡ଼ । ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ । ଅଧିକ ପଢନ୍ତୁ

ଦାଦାବଟି ନ ଦେବାରୁ ଛୁରାମାଡ଼, CCTVରେ କଏଦ ଲାଇଭ ଭିଡ଼ିଓ

author img

By

Published : Dec 12, 2021, 4:44 PM IST

ନୟାଗଡ଼: ନୟାଗଡ଼ ଟାଉନ ଥାନା ଘଡୁଆଳ ନିକଟସ୍ଥ ରିଲାଏନ୍ସ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରା ମାଡ଼ । ସିସିଟିଭିରେ କଏଦ ହେଲା ଲାଇଭ ଭିଡ଼ିଓ । ତେଲ ପକାଇବା ପରେ କର୍ମଚାରୀ ତାଙ୍କୁ ଟଙ୍କା ମାଗିବାରୁ ଜଣେ ଯୁବକ କର୍ମଚାରୀଙ୍କୁ ଛୁରା ମାଡ଼ କରିଛନ୍ତି । ଘଟଣା ଘଟିବା ପରେ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଦାଦାବଟି ନ ଦେବାରୁ ଛୁରାମାଡ଼, CCTVରେ କଏଦ ଲାଇଭ ଭିଡ଼ିଓ

ଦୁର୍ଗା ପ୍ରସାଦ ଗାଁର ଯୁବକ ବିଜୟ ଲେଙ୍କା ଏହି ଛୁରା ମାଡ଼ କରିଛନ୍ତି । ନିଜେ ତେଲ ପକାଇ ପଇସା ଦେବା ପରିବର୍ତ୍ତେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଟଙ୍କା ମାଗିଥିଲେ । ଛୁରା ମାଡ଼ରେ ପେଟ୍ରୋଲ ପମ୍ପ କର୍ମଚାରୀ ରମେଶ ପ୍ରଧାନ ଆହତ ହୋଇଛନ୍ତି । ଖବର ପାଇ ଦାଦାଗିରି ଦେଖାଉଥିବା ଅଭିଯୁକ୍ତ ବିଜୟ ଲେଙ୍କାକୁ ଟାଉନ ଥାନା ପୋଲିସ ଗିରଫ କରିଛି ।

ଦାଦାବଟି ମାଗୁଥିବା ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଥିବା ବେଳେ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.