ETV Bharat / state

ଭୁଲ ଇଞ୍ଜେକ୍ସନ ନେଲା 10 ବର୍ଷ ଶିଶୁପୁତ୍ରର ଜୀବନ ! - wrong injection killed a boy

ଭୁଲ ଇଞ୍ଜେକ୍ସନ ଦେବାରୁ 10 ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏକ ଘରୋଇ କ୍ଲିନିକରେ ସାମାନ୍ୟ ଥଣ୍ଡା ଓ କାଶ ପାଇଁ ଦିଆଯାଇଥିଲା ଇଞ୍ଜେକ୍ସନ । ଅଧିକ ପଢନ୍ତୁ...

ଭୁଲ ଇଞ୍ଜେକ୍ସନ ନେଲା 10 ବର୍ଷ ଶିଶୁପୁତ୍ରର ଜୀବନ

author img

By

Published : Nov 18, 2020, 12:52 PM IST

Updated : Nov 18, 2020, 1:09 PM IST

ନୟାଗଡ: ଭୁଲ ଇଞ୍ଜେକ୍ସନ ନେଲା ଶିଶୁର ଜୀବନ । 10 ପିଲାର ମୃତ୍ୟୁ ହୋଇଥିବା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ନୂଆଁଗା ଥାନା ମାଳିସର ଗାଁର ବିଶ୍ବନାଥ ପରିଡାଙ୍କ ପୁଅ ରାଜେଶ ପରିଡାକୁ ଥଣ୍ଡା ହେବା ସହ କାଶ ହେଉଥିଲେ । ପରିବାର ଲୋକେ ପୁଅକୁ ଧରି ଦୂରୁଦୁରାରେ ପ୍ରାଇଭେଟ କ୍ଲିନିକ କରିଥିବା ପ୍ରମୋଦ ରଥଙ୍କ କ୍ଲିନିକକୁ ଆଣିଥିଲେ । ଏଠାରେ ସାମାନ୍ୟ ଥଣ୍ଡା କାଶ ପାଇଁ ଏକ ଭୁଲ ଇଞ୍ଜେକ୍ସନ ଦିଆଯାଇଥିଲା । ଫଳରେ ସଙ୍ଗେ ସଙ୍ଗେ ପିଲାଟାର ପାଟି ବନ୍ଦ ହୋଇଯିବା ସହ କଥା କହିପାରିନଥିଲେ ଏପରିକି ନିଶ୍ବାସ ପ୍ରଶ୍ବାସରେ ମଧ୍ୟ ବାଧା ଉପୁଜିଥିଲା ।

ଭୁଲ ଇଞ୍ଜେକ୍ସନ ନେଲା 10 ବର୍ଷ ଶିଶୁପୁତ୍ରର ଜୀବନ !

ପିଲାଟିର ଅବସ୍ଥାରୁ ଗୁରୁତର ହେବାରୁ ପରିବାର ଲୋକେ ତୁରନ୍ତ ଜିଲ୍ଲା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ପିଲାଟାକୁ ମୃତ ଘୋଷଣା କରିଥିଲେ । ଭୁଲ ଇଞ୍ଜେକ୍ସନ ଯୋଗୁ ଏଭଳି ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Nov 18, 2020, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.