ETV Bharat / state

ବ୍ୟବଚ୍ଛେଦ ପରେ ମୃତଦେହକୁ ବଞ୍ଚାଇବାକୁ ପୂଜାର୍ଚ୍ଚନା, ପୋଲିସ ତଦନ୍ତ ଜାରି - dead body

ମୃତଦେହ ବ୍ୟବଚ୍ଛେଦ ପରେ ବଞ୍ଚାଇବା ପାଇଁ ରାତି ତମାମ ପୂଜା ଅର୍ଚ୍ଚନା। ମୃତ ବ୍ୟକ୍ତିଙ୍କ ଉପରେ ଗରାଗରା ପାଣି ଢଳାଯିବା ସହ ନାମ ସଂକୀର୍ତ୍ତନ । ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ...

ବ୍ୟବଚ୍ଛେଦ ପରେ ମୃତଦେହକୁ ବଞ୍ଚାଇବାକୁ ପୂଜାର୍ଚ୍ଚନା, ପୋଲିସ ତଦନ୍ତ ଜାରି

author img

By

Published : Apr 5, 2021, 12:12 PM IST

ନୟାଗଡ: ବିଜ୍ଞାନ ଯୁଗରେ ବି ବଞ୍ଚିଛି ଅନ୍ଧବିଶ୍ୱାସ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ । ଶରଣକୂଳ ଥାନା ବରସାହି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ପରେ ବି ମୃତଦେହକୁ ବଞ୍ଚାଇବାକୁ ରାତି ତମାମ ଚାଲୁ ରହିଛି ପୂଜା ପାଠ ।

ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ସିଙ୍ଗରପୁର ଗାଁର ରବି ନାହାକ ନାମକ ଜଣେ ବ୍ୟକ୍ତି ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ ଗତକାଲି ତାଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିଲା ।

ତେବେ ମୃତ୍ୟୁପରେ ତାଙ୍କୁ ନୟାଗଡ଼ ପୋଷ୍ଟମର୍ଟମ ଗୃହରେ ବ୍ୟବଚ୍ଛେଦ କରାଯିବା ପରେ ସଂସ୍କାର ପାଇଁ ଗାଁକୁ ଅଣାଯାଇଥିଲା । ମାତ୍ର ଗାଁ ଲୋକେ ତାଙ୍କ ଦେହରେ ଭଗବାନ ଥିବା କହି ପୋଷ୍ଟମର୍ଟମ ସରିଥିବା ମୃତଦେହକୁ ରାତି ତମାମ ପୂଜା ଅର୍ଚ୍ଚନା ଜାରି ରଖିଥିଲେ ।

ବ୍ୟବଚ୍ଛେଦ ପରେ ମୃତଦେହକୁ ବଞ୍ଚାଇବାକୁ ପୂଜାର୍ଚ୍ଚନା, ପୋଲିସ ତଦନ୍ତ ଜାରି

ମୃତଦେହକୁ ବଞ୍ଚାଇବାକୁ ମୃତ ବ୍ୟକ୍ତିଙ୍କ ଉପରେ ଗରା ଗରା ପାଣି ଢଳାଯିବା ସହ ନାମ ସଂକୀର୍ତ୍ତନ କରାଯାଇଥିଲା । ତେବେ ଖବର ପାଇ ଶରଣକୁଳ ଥାନା ପୋଲିସ ଏପରି ନକରିବାକୁ ବାରଣ କରିବା ସହ ତଦନ୍ତ ଚଳାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.