ETV Bharat / state

ନୟାଗଡ଼ରେ ନବବଧୂକୁ ଜାଳିଦେଲେ ଶ୍ବଶୁର ଘର !

author img

By

Published : Nov 9, 2021, 5:57 PM IST

ଯୌତୁକ ପାଇଁ ନବବଧୂର ଜୀବନ ନେଇଗଲେ ଶ୍ବଶୁର ଘର ଲୋକ । ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗାଁରୁ ଆସିଛି ଏଭଳି ଅଭିଯୋଗ । ଅଧିକ ପଢ଼ନ୍ତୁ...

women murdered for dowry by her in-laws in similisahi village of nayagarh allegation women family
ନୟାଗଡ଼ରେ ଯୌତୁକ ଜୁଇରେ ଜଳିଲେ ନବବଧୂ

ନୟାଗଡ: ଯୌତୁକ ପାଇଁ ନବବଧୂର ଜୀବନ ନେଇଗଲେ ଶ୍ବଶୁର ଘର ଲୋକ । ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗାଁରୁ ଆସିଛି ଏଭଳି ଅଭିଯୋଗ । ଅଧିକ ଯୌତୁକ ଦାବିରେ ଶାଶୁଘର ଲୋକେ ନବବଧୂଙ୍କୁ ହତ୍ୟାକରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ନବବଧୂଙ୍କ ପରିବାର ଲୋକେ । ଶରଣକୁଳ ଥାନା କଟରାଝରି ଗାଁର ଲିଜା ନାହାକ ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗ୍ରାମର କୃଷ୍ଣ ନାୟକଙ୍କୁ ପ୍ରାୟ ବର୍ଷେ ପୂର୍ବେ ବିବାହ କରିଥିଲେ l

ନୟାଗଡ଼ରେ ଯୌତୁକ ଜୁଇରେ ଜଳିଲେ ନବବଧୂ

ତେବେ ଦୀର୍ଘଦିନ ଧରି ଲିଜାଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଇଆସୁଥିବା ଅଭିଯୋଗ ହୋଇଛି । ଗତକାଲି(ସୋମବାର) ଲିଜାଙ୍କୁ ଶାଶୁଘର ଲୋକ ସଙ୍ଘବଧ ଭାବେ ହତ୍ୟା କରିଥିବା ଲିଜାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

ଅଭିଯୋଗ ପରେ ନୟାଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହାପରେ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣା ପରେ ଘଟଣାସ୍ଥଳରୁ ଲିଜାଙ୍କ ଶାଶୁଘର ଲୋକ ଫେରାର ରହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.