ETV Bharat / state

ମହିଳା ହତ୍ୟା ଘଟଣା, ଜଣେ ଗିରଫ ଦୁଇ ଅଟକ - ମାଗୁଣି ବେହେରା

ନୟାଗଡର ତାଳକଣି ଗାଁରେ ଜୁଲାଇ 31ରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ଼
author img

By

Published : Aug 18, 2019, 6:42 AM IST

ନଗାଗଡ଼: ନୟାଗ଼ର ରଣପୁର ଥାନା, ତାଳକଣି ଗାଁରେ ଗତ ଜୁଲାଇ 31ରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଦୀର୍ଘ ସମୟରୁ ତଦନ୍ତ କରିଆସୁଥିବା ପୋଲିସ ହାତରେ ଧରା ପଡିଛି ଜଣେ ଅଭିଯୁକ୍ତ । ଆଉ ଦୁଇଜଣକୁ ରଣପୁର ପୋଲିସ ଅଟକ ରଖିଛି । ଅଭିଯୁକ୍ତ ସୁରେନ୍ଦ୍ର ପଣ୍ଡାଙ୍କ ବେଲ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରିଛି ପୋଲିସ । ପାରିବାରିକ ଗଣ୍ଡଗୋଳକୁ ନେଇ ଏହି ପରି ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ଼

ପ୍ରକାଶ ଥାଉକି ରଣପୁର ଥାନା, ତାଳକଣି ଗାଁରେ ମାଗୁଣି ବେହେରା ଓ ସୁରେନ୍ଦ୍ର ପଣ୍ଡାଙ୍କ ମଧ୍ୟରେ ବହୁତ ଦିନରୁ ବିବାଦ ଲାଗିରହିଥିଲା । ଜୁଲାଇ 31ରେ ଭୋର ସମୟରେ ମାଗୁଣି ବେହେରାଙ୍କ ସ୍ତ୍ରୀ ପ୍ରଭାସିନ ବେହେରା, ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ କାହାରିକୁ ଜଣାନଥିଲା କି ପ୍ରଭାସିନ ଆଉ ଘରକୁ ଫେରିବେ ନାହିଁ । ପୋଖରୀରେ ଭାସୁଥିବା ତାଙ୍କ ମୃତ ଦେହକୁ ଗ୍ରାମବାସୀ ପ୍ରଥମେ ଦେଖି ଘର ଲୋକଙ୍କୁ ସୂଚନା ଦେଇଥିଲେ ।

ଏହାପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା । ନୟାଗଡ଼ ଏସପି ଶଶୀଭୂଷଣ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା । ଏହି ମାମଲାରେ ରଣପୁର ପୋଲିସ ସୁରେନ୍ଦ୍ର ପଣ୍ଡାକୁ ଶନିବାର ଗିରଫ କରିନେଇଛି । ଅଭିଯୁକ୍ତ ମଧ୍ୟ ନିଜ ଦୋଷ ସ୍ବୀକାର କରିସାରିଛି । ତାଳକଣି ଗାଁରେ ସେ ଦୀର୍ଘ ଦିନ ଧରି ଘର ଜ୍ବାଇଁ ରୂପେ ରହି ଆସୁଛି । ଜମିଜମା ବିବାଦ ଉଭୟଙ୍କ ପରିବାରରେ ଲାଗି ରହିଥିବାରୁ ପ୍ରଭାସିନଙ୍କୁ ହତ୍ୟା କରିଛନ୍ତି ବୋଲି ସ୍ବୀକାର କରିଛି ସୁରେନ୍ଦ୍ର ।

ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ଅଭିଯୁକ୍ତ ସୁରେନ୍ଦ୍ର ରଣପୁର କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲା । କିନ୍ତୁ ଜାମିନ ନାମଞ୍ଜୁର ହେବାରୁ ପୋଲିସ ହାଜତକୁ ପଠେଇଦେଇଛି ।

ନୟାଗଡ଼ରୁ ଉପ୍ତଳ ସାହୁ, ଇଟିଭି ଭାରତ

Intro:Body:

dfb

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.