ETV Bharat / state

ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Aug 8, 2022, 12:59 PM IST

ନୟାଗଡ଼ ଟାଉନ ଥାନା ତ୍ରିନାଥ ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ପରେ ଜଣଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନୟାଗଡ: ସନ୍ଦେହଜନକ ଅବସ୍ଥାରେ ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ନୟାଗଡ଼ ଟାଉନ ଥାନା ତ୍ରିନାଥ ହୋଟେଲରେ । ରବିବାର ରାତିରେ ହୋଟେଲର ୧୦୫ ନମ୍ବର ରୁମରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ଫତେଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟୁପଡା ଗାଁର ସିଲି ବାଘ ସିଂ ।

ସିଲିଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିବା ପରେ ଖୁଣ୍ଟପଡା ଗାଁର NGO ଚଳାଇ ମହିଳାଙ୍କୁ ଋଣ ଦେଉଥିବା ଦୟାନିଧି ମହାପାତ୍ରଙ୍କୁ ଅଟକ ରଖିଛି ପୋଲିସ । ତେବେ ମହିଳା ଦୟାନିଧିଙ୍କ ସହ ହୋଟେଲ ଆସିଥିବା କୁହାଯାଉଛି । କିନ୍ତୁ କେଉଁ କାରଣରୁ ଏଠାକୁ ଆସିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସେପଟେ ମୃତ୍ୟୁ କେମିତି ହେଲା ତାହା ମଧ୍ୟ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.