ନୟାଗଡ: ନୂଆଗାଁ ଥାନା ଅଞ୍ଚଳରେ ଲଜ୍ୟାଜନକ ଘଟଣା । 22ବର୍ଷୀୟା ଯୁବତୀକୁ ଦୁଷ୍କର୍ମ କରିଛି ଭଉଣୀର ଦେଢଶୂର । 3 ରୁ 4ବର୍ଷ ତଳେ ନୂଆଗାଁ ଥାନା ଅଞ୍ଚଳର ବୁଢାବାରି ଗାଁରେ ଯୁବତୀଙ୍କ ବଡ ଭଉଣୀ ବୈଦିକ ରୀତିରେ ବିବାହ ହୋଇଥିଲେ । ତେବେ ଭିଣୋଇ-ଶାଳୀଙ୍କ ସମ୍ପର୍କର ସୁଯୋଗ ନେଇ ଅଭିଯୁକ୍ତ ପ୍ରମୋଦ ଯାନୀ ଯୁବତୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ବର୍ତ୍ତମାନ ଯୁବତୀ 7ମାସର ଗର୍ଭବତୀ । ଅନ୍ୟପକ୍ଷେ ଘରର ଟାହି ଟାପରା ସହ୍ୟ ନକରି ଯୁବତୀ ଜଣକ ନୟାଗଡ ଏକ NGO ସଂସ୍ଥାରେ ସମସ୍ତ ଘଟଣା ଯାଇ କହିଥିଲେ । NGOର କର୍ମଚାରୀ ଓ ସମ୍ପୃକ୍ତ ଯୁବତୀ ମିଶି ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ନୂଆଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ଚେଷ୍ଟା କରୁଥିବା ଜଣାପଡିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ