ETV Bharat / state

ପଠାଣି ସାମନ୍ତ ନର୍ସିଂ ସ୍କୁଲରେ ଉତ୍ତେଜନା, ଥାନାକୁ ଗଲା ମାମଲା - Nayagarh town Police station

ଅରିଜିନାଲ ସାର୍ଟିଫିକେଟ ପଦାନ ନ କରିବା ନେଇ ନର୍ସିଂ ସ୍କୁଲର ମନମାନୀ ନୀତିକୁ ନେଇ ଶତାଧିକ ନର୍ସିଂ ଛାତ୍ରୀ ସ୍କୁଲ ସମ୍ମୁଖରେ ଆନ୍ଦାଳନ କରିବା ସହ ସ୍କୁଲ କତ୍ତୃପକ୍ଷଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି । ଅଧିକ ପଢନ୍ତୁ...

ପଠାଣି ସାମନ୍ତ ନର୍ସିଂ ସ୍କୁଲରେ ଉତ୍ତେଜନା: ଥାନାରେ ପହଁଞ୍ଚି ଅଭିଯୋଗ କଲେ ଶତାଧିକ ଛାତ୍ରୀ

author img

By

Published : Jul 18, 2021, 7:47 AM IST

ନୟାଗଡ଼: ନୟାଗଡ଼ ପଠାଣି ସାମନ୍ତ ସ୍କୁଲ ଅଫ ନର୍ସିଂର ପରିଚାଳନା କମିଟିର ଅଭ୍ୟନ୍ତରୀଣ ବିବାଦରୁ ଶତାଧିକ ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ । ବନ୍ଦ କରି ଦିଆଯାଇଛି ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା । ଚିନ୍ତାରେ ଛାତ୍ରଛାତ୍ରୀ । ଏନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ନୟାଗଡ଼ ପଠାଣିସାମନ୍ତ ସ୍କୁଲ ଅଫ୍ ନର୍ସିଂର ଛାତ୍ରଛାତ୍ରୀ । ସ୍କୁଲର ପ୍ରତିଷ୍ଠାତାଙ୍କ ମୃତ୍ୟୁପରେ ଚେୟାରମ୍ୟାନ ପୁରୁଣା ମ୍ୟାନେଜମେଣ୍ଟକୁ ଭାଙ୍ଗି ନୂଆ ମ୍ୟାନେଜମେଣ୍ଟ ଗଠନ କରିଥିବାରୁ ଛାତ୍ରଛାତ୍ରୀ ଶିକ୍ଷକ, କର୍ମଚାରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ପଠାଣି ସାମନ୍ତ ନର୍ସିଂ ସ୍କୁଲରେ ଉତ୍ତେଜନା: ଥାନାରେ ପହଁଞ୍ଚି ଅଭିଯୋଗ କଲେ ଶତାଧିକ ଛାତ୍ରୀ

ଏପରିକି ନୂଆ ମ୍ୟାନେଜମେଣ୍ଟ ଆସିବାରେ ହଠାତ ପିଲାଙ୍କ ଅନଲାଇନରେ ଚାଲିଥିବା ପାଠପଢାକୁ 2 ମାସ ହେବ ବନ୍ଦ କରାଯାଇଛି । କୋରୋନା ପାଇଁ ନର୍ସିଂ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ରହିଥିବାରୁ ହଷ୍ଟେଲ ଛାଡି ପିଲାମାନେ ଘରେ ରହୁଛନ୍ତି । ଏହାର ସୁଯୋଗ ନେଇ ଚେୟାରମ୍ୟାନ ଏବଂ ସ୍କୁଲ ମାଲିକଙ୍କ ପୁଅ ଲେଡ଼ିଜ ହଷ୍ଟେଲ ଭିତରେ ପଶି ପିଲାଙ୍କର ରହିଥିବା ଆଟାଜ ଭାଙ୍ଗି ଜିନିଷ ଚୋରି କରିନେବା ଓ ଛାତ୍ରୀଙ୍କର ଡ୍ରେସ ଚିରି ଫୋପାଡିବା ଅଭିଯୋଗ କରିଛନ୍ତି ଛାତ୍ରୀ ଓ ଅଭିଭାବକ ମାନେ ।

ଏପରିକି ଲେଡ଼ିଜ ହଷ୍ଟେଲକୁ ମଦ ମାଂସର ଆସର କରିଥିବା ଛାତ୍ରଛାତ୍ରୀ କହିଛନ୍ତି । ଛାତ୍ରଛାତ୍ରୀଙ୍କ ଅରିଜିନାଲ ସାର୍ଟିଫିକେଟ ସ୍କୁଲ କର୍ତ୍ତୃପକ୍ଷ ଦେଉନଥିବା ଅଭିଯୋଗ କରିଛନ୍ତି ଛାତ୍ରୀମାନେ । ପରିଚାଳନାଗତ ତ୍ରୁଟି ପାଇଁ ପିଲାଙ୍କ ପାଠପଢ଼ା ବନ୍ଦ ଥିବାରୁ ଆଗକୁ ଥିବା ପରୀକ୍ଷା କଣ ହେବ ତାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ପିଲାଙ୍କ ଭବିଷ୍ୟତ ଅନିଶ୍ଚିତା ଭିତରେ ରହିଥିବାରୁ ଜିଲ୍ଲାପାଳ ହସ୍ତକ୍ଷେପ କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଅଭିଯୋଗ ଜଣାଇଛନ୍ତି ।

ସେପଟେ ଛାତ୍ରଛାତ୍ରୀ ମାନେ ମଧ୍ୟ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ବିଦ୍ୟାଳୟ ଚେୟାରମ୍ୟାନଙ୍କ ବିରୋଧରେ । ତଦନ୍ତ ଚାଲିଥିବା କହିଛନ୍ତି ଟାଉନ ଥାନା ଆଇଆଇସି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.