ETV Bharat / state

ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣବେଳେ ଟ୍ରକ ଜବତ କଲେ ଗ୍ରାମବାସୀ - PDS samagri

ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରଙ୍କଦେଉଳି ପଞ୍ଚାୟତ ପିଡ଼ିଏସ ଚାଉଳ ଗୋଦାମ ଗୃହରୁ କିଛି ଲୋକ ପିଡ଼ିଏସ ଚାଉଳ ବସ୍ତା ଚୋରି କରୁଥିବା ଟ୍ରକକୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ
ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ
author img

By

Published : Jun 1, 2021, 11:48 AM IST

ନୟାଗଡ: ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗ । ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରଙ୍କଦେଉଳି ପଞ୍ଚାୟତ ପିଡ଼ିଏସ ଚାଉଳ ଗୋଦାମ ଗୃହରୁ କିଛି ଲୋକ ପିଡ଼ିଏସ ଚାଉଳ ବସ୍ତା ଚୋରି କରୁଥିବା ଟ୍ରକକୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ ।

ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ

ଚାଉଳ ଗୋଦାମରେ OD25D6478ନମ୍ବରର ଏକ ମିନିଟ୍ରକରେ ଚାଉଳ ଲୋଡ କରାଯାଉଥିଲା । ଏହାକୁ ଦେଖି ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଚାଉଳ ବୋଝେଇ ଟ୍ରକଟି ରଙ୍କଦେଉଳିରୁ ଗୋଡିପଡା ଅଭିମୁଖେ ଯାଇଥିବାବେଳେ ଗ୍ରାମବାସୀ ଟ୍ରକଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଡ୍ରାଇଭର ଗାଡି ମଡ଼ାଇ ଦେଇ ଖସିଯିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ଗୋଡିପଡାଠାରେ ଟ୍ରକଟିକୁ କାବୁ କରିଥିଲେ । ଟ୍ରକ ସହ ଡ୍ରାଇଭରକୁ ରଣପୁର ଥାନାରେ ଜିମା ଦେଇଛନ୍ତି ଗ୍ରାମବାସୀ । ଏହି ସହିତ ରଣପୁର ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମାତ୍ର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ l

ଜବତ ଟ୍ରକ ବିରୋଧରେ ଉପଜିଲ୍ଲାପାଳ ଥାନାରେ ଏତଲା ଦେବାକୁ ନିର୍ଦେଶ ଦେଇଛନ୍ତି । ଏହା ସହିତ ଡ଼ିଲରଙ୍କୁ ନିଲମ୍ବନ ନେଇ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି । ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ରଣପୁର କଂଗ୍ରେସ ତରଫରୁ ରଣପୁର ଥାନାରେ କୋଭିଡ଼ ଗାଇଡ଼ଲାଇନ ମାନି ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ ଦାଶ ଚେତାବନୀ ଦେଇଛନ୍ତି l ଏ ନେଇ କଂଗ୍ରେସ ତରଫରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.