ETV Bharat / state

ସ୍କୁଲ ସ୍ଥାନାନ୍ତରଣକୁ ବିରୋଧ, ଗ୍ରାମବାସୀଙ୍କ ରାସ୍ତାରୋକ

author img

By

Published : Sep 2, 2022, 5:19 PM IST

ବିନା ନୋଟିସରେ ସ୍କୁଲ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନୟାଗଡ଼ରେ ବିରୋଧ । ଆବଶ୍ୟକ ସଂଖ୍ୟାକ ଛାତ୍ରଛାତ୍ରୀ ଥାଇ ମଧ୍ୟ ସ୍କୁଲ ସ୍ଥାନାନ୍ତର ହେଉଥିବା ଅଭିଯୋଗ । ଅଭିଭାବକ ଓ ଗ୍ରାମବାସୀଙ୍କ ସମେତ ଧାରଣାରେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ସ୍କୁଲ ସ୍ଥାନାନ୍ତରଣକୁ ବିରୋଧ, ଗ୍ରାମବାସୀଙ୍କ ରାସ୍ତାରୋକ
ସ୍କୁଲ ସ୍ଥାନାନ୍ତରଣକୁ ବିରୋଧ, ଗ୍ରାମବାସୀଙ୍କ ରାସ୍ତାରୋକ

ନୟାଗଡ଼: ଛୋଟ ଛୋଟ ପିଲାଙ୍କ ହାତରେ ପ୍ଲାକାର୍ଡ । ଜଣେ କି ଦୁଇ ଜଣ ନୁହଁ 20ରୁ ଅଧିକ ଛାତ୍ରଛାତ୍ରୀଙ୍କ ହାତରେ ପ୍ଲାକାର୍ଡ । ଏଥିରେ ଲେଖ ଯାଇଛି, ଏଦୁଃଖରୁ ଆମକୁ ବଞ୍ଚାନ୍ତୁ । ଆମ ସ୍କୁଲ ଆମକୁ ଫେରାଇ ଦିଅ। ଆମର ଦୁଃଖ ବିଚାର କର। ଆମର ଦାବି ପୂରଣ କର । ଏଭଳି ଦାବି ନେଇ କୋମଳମତି ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି । ପିଲାଙ୍କ ଅଭିଭାବକଙ୍କ ସମେତ ଗାଁ ଲୋକେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସମସ୍ତଙ୍କ ଦାବୀ ଗୋଟିଏ ଆମ ଗାଁରେ ଥିବା ସରକାରୀ ସ୍କୁଲକୁ ସ୍ଥାନାନ୍ତର କରନାହିଁ, ଆମ ସ୍କୁଲକୁ ଆମକୁ ଫେରାଇ ଦିଅ । ଏହାର ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ରାକମା ପଞ୍ଚାୟତବାସୀ । ବିନା ନୋଟିସରେ ସ୍କୁଲ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବିରୋଧ କରି ରାସ୍ତାରୋକ । ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଛାତ୍ରଛାତ୍ରୀ ଥିଲେ ମଧ୍ୟ ସ୍କୁଲ ସ୍ଥାନାନ୍ତର କରାଯାଉଥିବା ନେଇ ଗାଁ ଲୋକେ ଅଭିଯୋଗ କରିଛନ୍ତି । କଣ୍ଟିଲୋ -ବାଘମାରି ମୁଖ୍ୟରାସ୍ତା ଅବରୋଧ ଯୋଗୁଁ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ସୂଚନା ଅନୁସାରେ ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ରାକମା ପଞ୍ଚାୟତର ଆଡିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଅନ୍ୟ ସ୍କୁଲରେ ମିଶ୍ରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟାକ ଛାତ୍ରଛାତ୍ରୀ ଥିଲେ ମଧ୍ୟ ଏହାକୁ ସ୍ଥାନାନ୍ତର କରାଯିବା ପ୍ରକ୍ରିୟାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯାଇଛି । ଏନେଇ ଗ୍ରାମବାସୀ ଓ ଅଭିଭାବକ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତେବେ ଏହାପରେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇପାରିନାହିଁ ।

ଏନେଇ ଗ୍ରାମବାସୀ ଓ ଅଭିଭାବକଙ୍କ ସମେତ ଛାତ୍ରଛାତ୍ରୀ ମାନେ ମିଳିତ ଭାବେ କଣ୍ଟିଲୋ -ବାଘମାରି ମୁଖ୍ୟରାସ୍ତା ଅବରୋଧ କରି ରଖିଛନ୍ତି । ଫଳରେ ସେହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେନି ବୋଲି ଆନ୍ଦୋଳନକାରୀ କହିଛନ୍ତି । ଖବର ପାଇ ଭାପୁର ତହସିଲଦାର ଏବଂ ଫତେଗଡ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକଙ୍କ ସହ ଆଲୋଚନା କରୁଛନ୍ତି । ତେବେ ଗାଁ ଲୋକେ ନିଜ ଜିଦରେ ଅଟଳ ଅଛନ୍ତି । ସରକାର ଆମ ଦାବି ପୂରଣ ନକଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.