ETV Bharat / state

କାର ଡ୍ରାଇଭରଙ୍କ ମୃତଦେହ ରଖି ଫାଣ୍ଡି ଘେରିଲେ ଗ୍ରାମବାସୀ - ରାଜସୁନାଖଳାରେ କାର ଡ୍ରାଇଭରଙ୍କ ଆତ୍ମହତ୍ୟା

ନୟାଗଡ଼ ରାଜସୁନାଖଳାରେ କାର ଡ୍ରାଇଭରଙ୍କ ଆତ୍ମହତ୍ୟା ଯୋଗୁଁ ରାଜସୁନାଖଳା ଫାଣ୍ଡି ଘେରିଲେ ଗ୍ରାମବାସୀ । ମୃତଦେହ ରଖି କ୍ଷତି ପୁରଣ ଦାବି କରି ଫାଣ୍ଡି ଘେରାଉ କରିଥିବା ବେଳେ ତୁରନ୍ତ କାର ମାଲିକଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀ ଦାବି କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Aug 23, 2019, 8:30 PM IST

ନୟାଗଡ଼: କାର ଡ୍ରାଇଭରଙ୍କ ଆତ୍ମହତ୍ୟା ଯୋଗୁଁ ରାଜସୁନାଖଳା ଫାଣ୍ଡି ଘେରିଲେ ଗ୍ରାମବାସୀ । କାର ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଗ୍ରାମବାସୀ ଦାବି ରଖିଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ନୟାଗଡ ରାଜସୁନାଖଳା ଅଞ୍ଚଳରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ରାଜସୁନାଖଳା ବଢ଼େଇ ସାହିର ତୁଷାର ମଲିକ ଏକ ଘରୋଇ କାର ଚଲେଇ ନିଜର ପରିବାର ପୋଷୁଥିଲେ । କିନ୍ତୁ କାରଟି ଚୋରି ହେଇଯିବାରୁ କାର ମାଲିକ ତୁଷାରଙ୍କୁ ବାରମ୍ବାର ଧମକ ଦେବା ସହ କାରର ଟଙ୍କା ମାଗୁଥିଲେ । ଫଳରେ କାର ମାଲିକଙ୍କ ଧମକକୁ ସହି ନପାରି ଗତକାଲି(ଗୁରୁବାର) ରାତିରେ ତୁଷାର ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଆଜି(ଶୁକ୍ରବାର) ଗ୍ରାମବାସୀମାନେ କ୍ଷତି ପୁରଣ ଦାବି କରି ଫାଣ୍ଡି ଘେରାଉ କରିଥିବା ବେଳେ, ତୁରନ୍ତ କାର ମାଲିକଙ୍କୁ ଗିରଫ କରିବା ପାଇଁ ଦାବି ରଖିଛନ୍ତି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, କାର ଡ୍ରାଇଭରଙ୍କ ଆତ୍ମହତ୍ୟା ଯୋଗୁଁ ରାଜସୁନାଖଳା ଫାଣ୍ଡି ଘେରିଲେ ଗ୍ରାମ ବାସୀ । କାର ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି ରଖିଛନ୍ତି । Body:ରାଜସୁନାଖଳା ବଢ଼େଇ ସାହିର ତୁଷାର ମାଲିକ ଏକ ଘରୋଇ କାର ଚଲେଇ ନିଜର ପରିବାର ପୋଷୁଥିଲେ । କିନ୍ତୁ କାର ଟି ଚୋରି ହେଇଯିବାରୁ କାର ମାଲିକ ତୁଷାରଙ୍କୁ ବାରମ୍ବାର ଧମକ ଦେବା ସହ କାର ପାଇଶା ମଗୁଥିଲେ । କାର ମାଲିକଙ୍କ ଧମକ କୁ ସହିନପାରି ଗତକାଲି ରାତିରେ ତୁଷାର ବିଷ ପିଇ ଆତ୍ମହତ୍ୟା କରିଥିଲେ । Conclusion:ଆଜି ଗ୍ରାମବାସୀ ମାନେ କ୍ଷତି ପୁରାଣ ଦାବି କରି ଫାଣ୍ଡି ଘେରାଉ କରିଥିବା ବେଳେ, ତୁରନ୍ତ କାର ମାଲିକଙ୍କୁ ଗିରଫ କରିବା ପାଇଁ ଦାବି ରଖିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.