ETV Bharat / state

ଚାଉଳ ଗାଡି ହେଲ୍ପରଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ମିଲ ଆଗରେ ଧାରଣା - ମୃତ ହେଲ୍ପରଙ୍କୁ କ୍ଷତିପୂରଣ ଦାବିରେ ମିଲ ଆଗରେ ଧାରଣା

ନୟାଗଡ଼ ଶରଣକୂଳ ଥାନା ଅଞ୍ଚଳରେ ଚାଉଳ ଗାଡି ହେଲ୍ପରଙ୍କ ମୃତ୍ୟୁ ଘଟଣା । କ୍ଷତିପୂରଣ ପାଇଁ ମିଲ ଆଗରେ ଧାରଣା ଦେଲେ ପରିବାର ଓ ଗାଁ ଲୋକେ । ଅଧିକ ପଢନ୍ତୁ

ଚାଉଳ ଗାଡି ହେଲ୍ପରଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ମିଲ ଆଗରେ ଧାରଣା

author img

By

Published : Apr 30, 2022, 6:29 PM IST

ନୟାଗଡ଼: ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋତିସାହି ନିକଟରେ ଚାଉଳ ଗାଡି ହେଲ୍ପରଙ୍କ ମୃତ୍ୟୁ ଘଟଣା । ଶରଣକୂଳ ଥାନା ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ମିଲର ମାଲିକ ଏହି ମାମଲାକୁ ରଫାଦଫା କରିଦେବାକୁ ଚାପ ପକାଇବା ପରେ ମିଲ ସାମନାରେ କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି ପରିବାର ବର୍ଗଙ୍କ ସମେତ ଗାଁ ଲୋକେ ।

ଚାଉଳ ଗାଡି ହେଲ୍ପରଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ମିଲ ଆଗରେ ଧାରଣା

ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବେଲପଦର ଗାଁର ସ୍ବର୍ଗତ ଭାସ୍କର ପ୍ରଧାନଙ୍କ ପୁଅ ଆଲୋକ ପ୍ରଧାନ (18) । ଭାସ୍କର ଗୋତିସାହି ନିକଟରେ ଥିବା ଚାଉଳ ଗୋଦାମକୁ ଚାଉଳ ନେଇ ଆସିଥିଲେ । ତେବେ ସେ ଶୁକ୍ରବାର ଗାଧୋଉଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ l ତାଙ୍କୁ ପାଣିରୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛି ।

କ୍ଷତିପୂରଣ ଦାବିରେ ମିଲ ସାମ୍ନାରେ ପରିବାର ଲୋକଙ୍କ ସମେତ ଗାଁ ଲୋକେ ଧାରଣା ଦେଇଥିଲେ । ଶୁଭଲକ୍ଷ୍ମୀ ରାଇସ ମିଲ୍‌ର ମାଲିକ ଏହି ମାମଲାକୁ ରଫାଦଫା କରିଦେବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକମାନେ ଧାରଣା ଦେବାରୁ ଶୁଭଲକ୍ଷ୍ମୀ ମିଲ ପକ୍ଷରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରତିଶୃତି ମିଳିବା ପରେ ଲୋକମାନେ ଧାରଣାରୁ ଉଠିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.