ETV Bharat / state

ବେଆଇନ ପଥର ବ୍ଲାଷ୍ଟିଂ ବିରୋଧରେ ଜନଆନ୍ଦୋଳନ - ପଥର ବ୍ଲାଷ୍ଟିଂ ବିରୋଧରେ ଗର୍ଜିଲେ ଲୋକେ

ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଚାଲିଛି ବେଆଇନ ପଥର ବ୍ଲାଷ୍ଟିଂ । ପଥର ବ୍ଲାଷ୍ଟିଂ ବିରୋଧରେ ଗର୍ଜିଲେ ଲୋକେ । ଏହି ବେଆଇନ ପଥର ବ୍ଲାଷ୍ଟିଂ ବିରୋଧରେ ଗୁରୁବାର ଜନ ଆନ୍ଦୋଳନ ହୋଇଛି । ଅଧିକ ପଢ଼ନ୍ତୁ

ବେଆଇନ ପଥର ବ୍ଲାଷ୍ଟିଂ ବିରୋଧରେ ଜନଆନ୍ଦୋଳନ
ବେଆଇନ ପଥର ବ୍ଲାଷ୍ଟିଂ ବିରୋଧରେ ଜନଆନ୍ଦୋଳନ
author img

By

Published : Oct 21, 2022, 12:06 PM IST

ନୟାଗଡ଼: ପଥର ବ୍ଲାଷ୍ଟିଂ ବିରୋଧରେ ଗର୍ଜିଲେ ଲୋକେ । ପଥର ବ୍ଲାଷ୍ଟିଂ ପାଇଁ ଏକାଠି ଶତାଧିକ ଲୋକ ଆନ୍ଦୋଳନ କରିଛନ୍ତି । ପଥର ଖଣି ବନ୍ଦ ହେବା ପାଇଁ ପ୍ରତିଶୃତି ମିଳିବା ପରେ ଜନଆନ୍ଦୋଳନରୁ ଓହରିଲେ ଲୋକେ । ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତେଣ୍ଡାବାଡି ପଞ୍ଚାୟତର ପୋଇବାଡି ନିକଟସ୍ଥ ମଳିକ ପାହାଡରୁ ବ୍ଲାଷ୍ଟିଂ ବନ୍ଦ ଦାବିରେ ଦଶପଲ୍ଲାରେ ଜନ ଆନ୍ଦୋଳନ ଦେଖିବାକୁ ମିଳିଛି ।

ବେଆଇନ ପଥର ବ୍ଲାଷ୍ଟିଂ ବିରୋଧରେ ଜନଆନ୍ଦୋଳନ

ପୋଇବାଡି, ନୂଆସାହି ଓ ପଙ୍କାଳ ସାହିର ଜନସାଧାରଣ ତ୍ରିନାଥ ବଜାର ସ୍ଥିତ ମେଳିଆ ତୋଟା ଠାରୁ ଶୋଭାଯାତ୍ରାରେ ବାହାରି ତହସିଲ ଅଫିସ୍‌ ଠାରେ ପହଞ୍ଚି ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ । ଏହି ମର୍ମରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ପରେ ତହସିଲଦାର ଭେଙ୍କଟେସ ରାଓ ଆନ୍ଦୋଳନକାରୀଙ୍କ ସମ୍ମୁଖରେ ସେହି ପଥର କମ୍ପାନୀ ମାଲିକଙ୍କୁ ଫୋନ ଯୋଗେ କାମ ବନ୍ଦ ଓ ସମସ୍ତ ମେସିନ ବାହାରକୁ ବାହାର କରିବା ପାଇଁ କହିଥିଲେ ।

ଏହାପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରି ଥିଲେ ଏବଂ ତହସିଲଦାରଙ୍କୁ ଧନ୍ୟବାଦ ଦେଇଥିଲେ । ସୂଚନା ଯୋଗ୍ୟ ଯେ ପାହାଡ଼ ବ୍ଲାଷ୍ଟିଂ ବନ୍ଦ କରିବା ପାଇଁ ଡାକରା ଦିଆଯାଇଥିଲା । ଏହି ଡାକରାରେ ବିଭିନ୍ନ ରାଜନୈତିକ ଦଳର ବହୁ ନେତୃତ୍ୱ ସାମିଲ୍‌ ହୋଇଥିବାର ଦେଖିବାକୁ ମିଳିଥିଲା l ଦୀର୍ଘ ଦିନ ଧରି ପାହାଡ଼କୁ ବ୍ଲାଷ୍ଟିଂ କରିବା ଦ୍ୱାରା ଆଖପାଖ ଅଞ୍ଚଳ ଥରି ଉଠୁଥିଲା l

ଲୋକଙ୍କ ଚାଷ ଜମି ନଷ୍ଟ ହେବା ସହ ହଇରାଣ ହେଉଥିଲେ ଲୋକେ । ଏପରିକି ନିୟମ ଠାରୁ ଅଧିକ ମାତ୍ରାରେ ପଥର ଫୁଟାଯାଉଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣୁନଥିଲା ପ୍ରଶାସନ ଯାହାକୁ ନେଇ ଲୋକେ ଜନଆନ୍ଦୋଳନ କରିଥିଲେ ।

ନୟାଗଡ଼, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.