ନୟାଗଡ଼: ନୟାଗଡର ମହାନଦୀରେ ଆସିଲା ପ୍ରଥମ ବନ୍ୟା ପାଣି । ଏହି ବନ୍ୟାପାଣି ଯୋଗୁଁ ନୟାଗଡ ଜିଲ୍ଲା ଗଣିଆ ବ୍ଲକର 5 ପଞ୍ଚାୟତ ପ୍ରଭାବିତ ହୋଇଛନ୍ତି । ବଡ଼ସିଲିଙ୍ଗା, ଛାମୁଣ୍ଡିଆ, ରାସଙ୍ଗ ଏବଂ ବେଲପଡ ପଞ୍ଚାୟତ ବାସୀ ନାହିଁ ନଥିବା ଅସୁବିଦାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ଯୋଗୁଁ ରାସ୍ତା ଉପରେ ଚାରିଫୁଟ ପାଣି ପ୍ରଭାବିତ ହେଉଛି । ଫଳରେ ତିନି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି ।
ମହାନଦୀରେ ବନ୍ୟା ପାଣି ଆସିବାରୁ, ଗଣିଆ ବ୍ଲକ ବେଶୀ ପ୍ରଭାବିତ ହୋଇଛି । ପ୍ରାୟ 10 ହଜାରରୁ ଅଧିକ ଲୋକ ଅସୁବିଧାରେ ଥିବା ଜଣାପଡିଛି । ହଠାତ ମହାନଦୀରେ ପାଣି ଆସିବାରୁ ବ୍ଲକ ପ୍ରଶାସନ ପ୍ରସ୍ତୁତ ନଥିବା ଜଣାପଡିଛି । ଫଳରେ ଜଳବନ୍ଦୀ ଲୋକଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଛି ସରକାରୀ ବ୍ୟବସ୍ଥା । ତେବେ ଜଳବନ୍ଦୀ ଭିତରେ ଥିବା ଲୋକମାନେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।
ସେହିପରି ବେଲପଡା ପଞ୍ଚାୟତର ରାଉତପଡା ମଧ୍ୟ ଜଳବନ୍ଦୀ ଘେରରେ ରହିଛି । ପ୍ରତିବର୍ଷ ମହାନଦୀରେ ବନ୍ୟା ଜଳ ଆସିବା ମାତ୍ରେ ଏହି ପଞ୍ଚାୟତ ଗୁଡିକ ପ୍ରଭାବିତ ହୋଇଥାଏ । କିନ୍ତୁ ମହାନଦୀ ଉପରେ ବନ୍ଧ ବାନ୍ଧିବା ପାଇଁ ବାରମ୍ବାର ଦାବି ହେବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ହୋଇନାହିଁ । କେବଳ ଫଳକ ଉଦଘାଟନରେ ସୀମିତ ରହିଛି ଏହି ବ୍ୟବସ୍ଥା । ସେପଟେ ବନ୍ୟା ଜଳ ପଶି ଚାଷୀ ମାନେ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି ।
ନୟାଗଡରୁ ଉପ୍ତଳ ସାହୁ, ଈଟିଭି ଭାରତ