ନୟାଗଡ: ବଦଳୁଛି ନୟାଗଡା ଜିଲ୍ଲାର ଚିତ୍ର । ଏବେ ଦଶପଲ୍ଲାବାସୀ ପାଇଏବେ ନେଟଓ୍ବର୍କ ସେବା । ଏନେଇ ଗତକାଲି ଦଶପଲ୍ଲା ବ୍ଲକରେ BSNL ନେଟଓ୍ବାର୍କର ଶୁଭ ଉଦଘାଟନ ହୋଇଯାଇଛି । ଗତକାଲି ଦଶପଲ୍ଲାରେ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଥିବା ବେଳେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକ ତଥା ନୟାଗଡ ବିଜେଡି ଜିଲ୍ଲା ସଭାପତି ରମେଶଚନ୍ଦ୍ର ବେହେରା ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ।
ପ୍ରଥମେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକର ସୋରଡ଼ା ପଞ୍ଚାୟତ ଠାରେ ଅଫିସ ଗୃହ ଉଦଘାଟନ କରିବା ସହ ଦଶପଲ୍ଲା ବ୍ଲକର ନୂତନ NAC କାର୍ଯ୍ୟାଳୟ ,ନୂତନ ତହସିଲ କାର୍ଯ୍ୟାଳୟର ଉଦଘାଟନ ହୋଇଥିଲା । ସେହିପରି ଚଢେୟାପଲ୍ଲୀ ପଞ୍ଚାୟତର ଲୋକ ମାନଙ୍କ ସୁବିଧା ପାଇଁ ଏକ ନୂତନ ବ୍ୟାଙ୍କ ଅଫିସର ଉଦଘାଟନ କରିବା ସହ କରିକଳସାଖମଣ ଗାଁ ଠାରେ BSNL ନେଟଓ୍ବାର୍କର ଶୁଭ ଉଦଘାଟନ କରାଯାଇଛି । ଏହି ପ୍ରକଳ୍ପର ଶୁଭ ଉଦଘାଟନ ଦ୍ୱାରା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକେ ଉପକୃତ ହେବା ସହ ଏହାର ବିକାଶ ହେ । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ବେହେରା,ଦଶପଲ୍ଲା ବ୍ଲକ ଅଧକ୍ଷା ସୁନନ୍ଦା ସାହୁ ସମେତ ବହୁ ବିଜୁଜନତା ଦଳର କର୍ମୀ, ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ