ETV Bharat / state

ଝୁମ୍ପୁଡ଼ି କୁଡ଼ିଆରେ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଜନ ବାର୍ଲା - ଦଳିତ ପରିବାରରେ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ

ଝୁମ୍ପୁଡ଼ି କୁଡ଼ିଆରେ ମଧ୍ୟାହ୍ନ ଭୋଜନ କଲେ ରାଷ୍ଟ୍ର ମନ୍ତ୍ରୀ ଜନ୍ ବାର୍ଲା । ନୟାଗଡର ଜନୈକ ଦଳିତ କୁଡିଆରେ ଭୋଜନ କଲେ କେନ୍ଦ୍ର ମନ୍ତ୍ରୀ । ଅଧିକ ପଢନ୍ତୁ

ଝୁମ୍ପୁଡ଼ି କୁଡ଼ିଆରେ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଜନ ବାର୍ଲା

author img

By

Published : Jul 10, 2022, 7:47 PM IST

ନୟାଗଡ଼: ନୟାଗଡରେ ସଂଖ୍ୟାଲଘୁ ରାଷ୍ଟ୍ର ମନ୍ତ୍ରୀ ଜନ୍ ବାର୍ଲା । ଆଜି(ରବିବାର) ନୟାଗଡର ଦଶପଲ୍ଲା ଅଞ୍ଚଳରେ ପହଞ୍ଚି ମନ୍ତ୍ରୀ ବିଭିନ୍ନ ସମସ୍ୟା ବାବଦରେ ପଚାରି ବୁଝିବା ସହ ମଧ୍ୟାହ୍ନ ଭୋଜନ କରିଛନ୍ତି । ଜନୈକ ଦଳିତ ବ୍ୟକ୍ତିଙ୍କ ଝୁମ୍ପୁଡ଼ି କୁଡ଼ିଆରେ ବସି ଭୋଜନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ଝୁମ୍ପୁଡ଼ି କୁଡ଼ିଆରେ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଜନ ବାର୍ଲା

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଜି ଦଳୀୟ କର୍ମୀଙ୍କ ଗହଣରେ ଭୋଜନ କରିବା ସହ ସମସ୍ୟା ତଦାରଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜନ ବାର୍ଲା । ତେବେ କେନ୍ଦ୍ରମନ୍ତ୍ରୀ ଜନ ବାର୍ଲା, ବିଜେପି ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ଦଶପଲ୍ଲା ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ହଠାତ୍ ଦଶପଲ୍ଲା ଗସ୍ତ କରି ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଲି ଦେଖିବା ସହ ସାଧାରଣ ଲୋକମାନଙ୍କ ସହ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ଆଲୋଚନା କରିଛନ୍ତି l ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗ୍ରାମ ଗୁଣ୍ଠାପାଜୁରେ ପହଞ୍ଚି ଗ୍ରାମର ବ୍ରଜବନ୍ଧୁ ଯାନୀଙ୍କ ଝୁମ୍ପୁଡି ଘରେ ପ୍ରସ୍ତୁତ ଓଡିଆ ଖାଦ୍ୟ ଭୋଜନ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.