ETV Bharat / state

କଣ୍ଟିଲୋ ନୀଳମାଧଵଙ୍କୁ ଦର୍ଶନ କଲେ ଉମା ଭାରତୀ

କଣ୍ଟିଲୋ ନୀଳମାଧଵଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ପୁରୀ ନିର୍ବାଚନ ପ୍ରଚାରରେ ଆସିଥିବା ଉମା ଆଜି ନୟାଗଡ ଗସ୍ତରେ ଯାଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Apr 21, 2019, 11:09 PM IST

ନୟାଗଡ: କଣ୍ଟିଲୋ ନୀଳମାଧଵଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ । ପୁରୀ ନିର୍ବାଚନ ପ୍ରଚାରରେ ଆସିଥିବା ଉମା ଆଜି ନୟାଗଡ ଗସ୍ତରେ ଯାଇଥିଲେ । ତେବେ ଭଗବାନ ନୀଳମାଧଵଙ୍କ ନାମରେ ତାଙ୍କ ପୁତୁରାଙ୍କ ନାମ ଥିବାରୁ ସେ ଜଗନ୍ନାଥଙ୍କ ଆଦିପୀଠ ନୀଳମାଧଵ କ୍ଷେତ୍ର ବୁଲିବା ସହ ଠାକୁରଙ୍କୁ ଦର୍ଶନ କରିଥିବା ପ୍ରକାଶ କରିଛନ୍ତି ।

ବିଭିନ୍ନ ସମୟରେ ନୀଳମାଧବଙ୍କୁ ନିଜ ସ୍ବପ୍ନରେ ଦେଖିଥିଲେ ସେ । ତେଣୁ ଏହି ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ସେ । ତେବେ ଏଠାରେ ସେ ବ୍ରାହ୍ମଣ ସମାଜର ମୁଖିଆଙ୍କ ସହ ମନ୍ଦିରର ଉନ୍ନତି କରଣ ଉପରେ ଆଲୋଚନା କରିଥିଲେ । ମନ୍ଦିରର ପରିବେଶ ତାଙ୍କୁ ଏତେ ଆକର୍ଷଣ କରିଥିଲା ଯେ ପ୍ରଧାନମନ୍ତ୍ରୀଙ୍କୁ ସାଙ୍ଗରେ ଆଣି ନୀଳମାଧଵ କ୍ଷେତ୍ର ଦର୍ଶନ କରାଇବେ ବୋଲି ସେ କହିଛନ୍ତି ।

ମନ୍ଦିରର ସୁରକ୍ଷା ଓ ସ୍ଥାପତି ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଅଧିକ ଆଲୋଚନା କରିବେ ବୋଲି ବ୍ରାହ୍ମଣ ସମାଜର ମୁଖିଆଙ୍କୁ କହିଛନ୍ତି ଉମା । ଏହା ବ୍ୟତୀତ ମହାନଦୀ କୂଳରେ ଥିବା ଚାଷୀମାନେ କିଭଳି କୃଷି କ୍ଷେତରେ ପାଣି ପାଇବେ, ସେ ବ୍ୟବସ୍ଥା ମଧ୍ୟ କରିବେ ବୋଲି ସେ କହିଛନ୍ତି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.