ETV Bharat / state

କୋରୋନା କାୟା: ବାଇଗୁଣିଆ ପଞ୍ଚାୟତର 2 ୱାର୍ଡ କଣ୍ଟେନମେଣ୍ଟ ଜୋନ - 2ଟି ୱାର୍ଡ

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତ ବଡ଼ସାହିର 2ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ଅଧିକ ପଢନ୍ତୁ...

2ୱାର୍ଡ କଣ୍ଟେନମେଣ୍ଟ ଜୋନ
2ୱାର୍ଡ କଣ୍ଟେନମେଣ୍ଟ ଜୋନ
author img

By

Published : May 19, 2021, 1:30 PM IST

ନୟାଗଡ: କୋରୋନାର ଦ୍ବିତୀୟ ଲହର କୋପରୁ ନିସ୍ତାର ପାଇନି ଗ୍ରାମାଞ୍ଚଳ । ସହରରୁ ଗାଁ ମୁହାଁ ହୋଇଛି କୋରୋନା । ରିପୋର୍ଟ ଅନୁସାରେ ସହର ଅପେକ୍ଷା ଗାଁରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତ ବଡ଼ସାହିର 2ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

2ୱାର୍ଡ କଣ୍ଟେନମେଣ୍ଟ ଜୋନ

ଏହି ପଞ୍ଚାୟତର 4 ନମ୍ବର ଏବଂ 7 ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଭାପୁର ତହସିଲଦାର ତୃପ୍ତି ମହାନ୍ତି । 10 ଜଣ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ଏହି 2ଟି ୱାର୍ଡକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନ ହେବା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ରହିବ ଏହି 2ଟି ୱାର୍ଡ ବୋଲି ସୂଚନା ଦେଇଛନ୍ତି ତହସିଲଦାର ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.