ETV Bharat / state

ଗାଁରେ ବୋମାମାଡ଼ ଘଟଣାକୁ ବିତିଲା 2 ଦିନ, ପୋଲିସ ହାତ ଖାଲି

author img

By

Published : May 6, 2021, 10:11 AM IST

ନୟାଗଡ଼ ଜିଲ୍ଲା ଉଆସପାଟଣା ଗାଁରେ ବୋମାମାଡ଼ ଘଟଣା । ଘଟଣାକୁ 2 ଦିନ ବିତିଯାଇଥିଲେ ବି ପୋଲିସ ହାତ ଖାଲି । ଅଧିକ ପଢନ୍ତୁ...

ବୋମା ମାଡ଼ ଘଟଣାକୁ ବିତିଲା 2 ଦିନ : ପୋଲିସ ହାତଖାଲି

ନୟାଗଡ଼: ନୟାଗଡ଼ ଜିଲ୍ଲା ନରେନ୍ଦ୍ରପୁର ପଞ୍ଚାୟତ ଉଆସପାଟଣା ଗାଁରେ ବୋମା ମାଡ଼ ଘଟଣାକୁ ବିତିଲାଣି 2ଦିନ l କିନ୍ତୁ ପୋଲିସ ଏହାର ଟେର ପାଉନି ପୋଲିସ l ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି l ଗାଁରେ କେହି ଦୁର୍ବୃତ୍ତ ବୋମା ମାଡ କରି ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପୋଲିସ ନୀରବତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଗତ 3 ତାରିଖ ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହେବାରୁ ଗାଁ ଲୋକେ ସମସ୍ତେ ନିଦରୁ ଉଠିଯାଇଥିଲେ ।

ଗତ 29 ତାରିଖରେ ଗାଁରେ ଏକ ସଭା ଚାଲିଥିବା ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା l ଏଥିରେ ଗୋଟିଏ ଗୋଷ୍ଠୀର ଲୋକ ଆହତ ହେବାରୁ ସ୍ଥାନୀୟ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ l ଆସନ୍ତା ରବିବାର ଏହାର ସମାଧାନ ପାଇଁ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସଭା ହୋଇଥାନ୍ତା l କିନ୍ତୁ ତା ପୂର୍ବରୁ କେହି ଦୁର୍ବୃତ୍ତ ଗାଁ ରେ ବୋମାମାଡ଼ କରିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଭିତରେ ଛିଟିକି ପଡିଥିବା ବୋମାରେ ବ୍ୟବହୃତ ସାମଗ୍ରୀର ନମୁନା ଜବତ କରିଥିବା ବେଳେ ଗାଁ ରେ ଚାଲିଥିବା ବିବାଦ କାରଣରୁ ଏପରି ହୋଇଥିବା କହିଛନ୍ତି ଗ୍ରାମବାସୀ । ତେବେ ଏହି ବୋମାମାଡ଼ ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.