ETV Bharat / state

ପୋଖରୀରେ ବୁଡି ୨ ନାବାଳକଙ୍କ ସଲିଳ ସମାଧି, ଗାଁରେ ଶୋକର ଛାୟା - ଅଭିମାନପୁର ଗାଁ ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଭିମାନପୁର ଗାଁରେ ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ ।ଉଭୟଙ୍କ ବୟସ 11 ଏବଂ 12 ବର୍ଷ ହେବ ବୋଲି ଜଣାପଡିଛି ।ଅଧିକ ପଢନ୍ତୁ

ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ ,ଗାଁରେ ଶୋକର ଛାୟା

author img

By ETV Bharat Odisha Team

Published : Oct 30, 2023, 4:14 PM IST

ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ ,ଗାଁରେ ଶୋକର ଛାୟା

ଖୋର୍ଦ୍ଧା: ପୋଖରୀରେ ବୁଡି ୨ ନାବାଳକ ମୃତ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଭିମାନପୁର ଗାଁରେ । ଆଜି(ସୋମବାର) ପୋଖରୀରେ ସ୍ନାନ କରୁଥିବା ବେଳେ ଗୋଡ ଖସିଯିବାରୁ ବୁଡିଗଲେ ଦୁଇ ନାବାଳକ । ଗ୍ରାମବାସୀ ଦୀର୍ଘ ସମୟ ଧରି ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ପୋଖରୀରୁ ମିଳିଥିଲା ଉଭୟଙ୍କ ମୃତଦେହ ।

ସୂଚନା ଅନୁସାରେ, ମୃତକ ନାବାଳକ ଦ୍ବୟ ହେଲେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଭିମାନପୁର ଗାଁର ସର୍ବେଶ୍ୱର କରଙ୍କ ପୁଅ ପ୍ରତୀକ ପ୍ରଣୟନ କର ଏବଂ କାର୍ତ୍ତିକ କରଙ୍କ ପୁଅ ଲିଙ୍କୁନ କର । ଉଭୟଙ୍କ ବୟସ 11 ଏବଂ 12 ବର୍ଷ ହେବ ବୋଲି ଜଣାପଡିଛି । ଉଭୟେ ସ୍କୁଲ ଯିବା ପୂର୍ବରୁ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଦୁଇ ନାବାଳକ ଗାଧୋଇବା ବେଳେ ଘଟିଛି ଏହି ଅଘଟଣ । ପୋଖରୀଟି ଗଭୀର ଥିବାବେଳେ ଜଳସ୍ତର ଅଧିକ ରହିଥିଲା ।

ତେବେ ଗାଧୋଇବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ଉଭୟେ ବୁଡ଼ିଯାଇଥିଲେ । ଗାଁ ଲୋକମାନେ ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଗ୍ରାମବାସୀ ମେଡିକାଲରେ ଭିଡ଼ ଜମାଇଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ....ଅଧାରେ ରହିଲା ଓନାମ ପାଳନ, ପୋଖରୀରେ ବୁଡ଼ି ଚାଲିଗଲା 3 ଭଉଣୀଙ୍କ ଜୀବନ

ଏହା ପୂର୍ବରୁ କନ୍ଧମାଳ ଜିଲ୍ଲାରେ ମଧ୍ୟ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥାଲା । କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗୁମିକିଆ ଗ୍ରାମପଞ୍ଚାୟତର ରାଣୀପଦର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା । ମୃତ ଦୁଇ ଶିଶୁ ରାଣୀପଦର ଗ୍ରାମର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ପୁଅ ହିମାଂଶୁ ପ୍ରଧାନ ଓ ସଲଟିଜନ୍ ପ୍ରଧାନ ବୋଲି ଜଣାପଡିଥିଲା ।

ସୂଚନା ଅନୁସାରେ, ସେପ୍ଟେମ୍ବର ୧ ତାରିଖ ଅପରାହ୍ନରେ ରାଣୀପଦର ଗ୍ରାମର ପିତା ପ୍ରଧାନଙ୍କ ସ୍ତ୍ରୀ ଏଷ୍ଟୋରୀ ପ୍ରଧାନ ନିକଟସ୍ଥ ଚୁଆକୁ ପାଣି ଆଣିବା ପାଇଁ ଯାଇଥିଲେ । ଏହି ସମୟରେ ତିନିଜଣ ଶିଶୁ ତାଙ୍କ ପଛରେ ଯାଇଥିଲେ । ସେଠାରୁ ଫେରିଲା ବେଳେ ଦୁଇ ଶିଶୁ ହିମାଂଶୁ ଓ ସଲଟିଜନ୍ ବାଟରେ ଥିବା ଏକ ପୋଖରୀରେ ଖସି ପଡ଼ିଥିଲେ । କିଛି ସମୟ ପରେ ଅନ୍ୟ ଶିଶୁଟି ଘରକୁ ଆସି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ପୋଖରୀ ନିକଟକୁ ଯାଇ ଉଭୟ ଶିଶୁଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.