ETV Bharat / state

ଷ୍ଟେସନରେ ମିଳୁନି ଟିକେଟ, ଯାତ୍ରୀ ହନ୍ତସନ୍ତ - ମିଳୁନି ଟିକେଟ

ଯାତ୍ରୀମାନେ ଟ୍ରେନ ଯାତ୍ରା କରିବା ପାଇଁ ହନ୍ତସନ୍ତ ହେଉଛନ୍ତି । ଷ୍ଟେସନରେ ଟିକେଟ କରି ନପାରି ଯାତ୍ରୀ ଘରକୁ ଫେରୁଛନ୍ତି । ମୋବାଇଲରେ IRCTCର APP ମାଧ୍ୟମରେ ଟିକେଟ କାଟିବାର ବ୍ୟବସ୍ଥା ରହିଛି । ଅଧିକ ପଢନ୍ତୁ...

ଷ୍ଟେସନରେ ମିଳୁନି ଟିକେଟ, ଯାତ୍ରୀ ହନ୍ତସନ୍ତ
ଷ୍ଟେସନରେ ମିଳୁନି ଟିକେଟ, ଯାତ୍ରୀ ହନ୍ତସନ୍ତ
author img

By

Published : Apr 17, 2021, 8:19 PM IST

ନୟାଗଡ଼ : ନୟାଗଡ ଟାଉନ ଷ୍ଟେସନରେ ଟ୍ରେନ୍ ଯାତ୍ରା କରି ନପାରି ଅସନ୍ତୋଷ ହୋଇ ଫେରୁଛନ୍ତି ଯାତ୍ରୀ । ନୟାଗଡ଼ରୁ ଚାଲୁଥିବା ଏକମାତ୍ର ସ୍ପେଶାଲ ସେବା ଏକ୍ସପ୍ରେସରେ ଯିବାକୁ ଅନଲାଇନ ଟିକେଟର ବ୍ୟବସ୍ଥା ରହିଛି । କିନ୍ତୁ ଟାଉନ ଷ୍ଟେସନରେ ମିଳୁନି ଟିକେଟ । ଯାତ୍ରୀମାନେ ଟ୍ରେନ ଯାତ୍ରା କରିବା ପାଇଁ ହନ୍ତସନ୍ତ ହେଉଛନ୍ତି । ଷ୍ଟେସନରେ ଟିକେଟ କରି ନପାରି ଯାତ୍ରୀ ଘରକୁ ଫେରୁଛନ୍ତି ।

ଷ୍ଟେସନରେ ମିଳୁନି ଟିକେଟ, ଯାତ୍ରୀ ହନ୍ତସନ୍ତ

ମୋବାଇଲରେ IRCTCର APP ମାଧ୍ୟମରେ ଟିକେଟ କାଟିବାର ବ୍ୟବସ୍ଥା ରହିଛି । ଆପରେ ଅନ୍‌ଲାଇନ ଟିକେଟ କାଟିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ସବୁ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରନ୍ତି ନାହିଁ । ଆଉ ମଧ୍ୟ କେତେକ କିପରି ଟିକେଟ କାଟିବେ, ସେନେଇ ଦ୍ୱନ୍ଦ୍ୱରେ ପଡୁଛନ୍ତି । ଅନ୍ୟପକ୍ଷେ ନୟାଗଡ଼ର ପୁରୁଣା ଜେଲ ସାମ୍ନାରେ ଟିକେଟ କଟାଯାଉଛି । ହେଲେ ଏଠି ଯଥେଷ୍ଟ ପୂର୍ବରୁ ଏହି ଟିକେଟ କାଟିବାକୁ ପଡିଥାଏ । ଆଉ ମଧ୍ୟ ସବୁ ଲୋକ ଏହି ସ୍ଥାନକୁ ଆସି ଟିକେଟ କାଟିବା ସମ୍ଭବ ନୁହେଁ । ରେଳବାଇ ପକ୍ଷରୁ ଏ ସମସ୍ୟା ପ୍ରତି ଧ୍ୟାନ ଦିଆଗଲେ ଲୋକେ ଉପକୃତ ହୋଇପାରନ୍ତେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.