ETV Bharat / state

ରାଜସୁନାଖଳାରେ ଟ୍ରାଫିକ ସମସ୍ୟା, ଘଣ୍ଟାଏ ବନ୍ଦ ରହିଲା ଜାତୀୟ ରାଜପଥ - ଟ୍ରାଫିକ ସମସ୍ୟା

ରାଜସୁନାଖଳାରେ ଟ୍ରାଫିକ ସମସ୍ୟା ପାଇଁ ଘଣ୍ଟାଏ ବନ୍ଦ ରହିଲା ଜାତୀୟ ରାଜପଥ । ସ୍ଥିତି ଏପରି ହେଲା ଯେ, ପାଖାପାଖି 2 କିଲୋମିଟର ପର୍ଯ୍ୟନ୍ତ ଗାଡ଼ିମୋଟର ଅଟକି ରହିଲା l ଅଧିକ ପଢନ୍ତୁ...

Traffic problems in Rajsunakhla
ରାଜସୁନାଖଳାରେ ଟ୍ରାଫିକ ସମସ୍ୟା, ଘଣ୍ଟାଏ ବନ୍ଦ ରହିଲା ଜାତୀୟ ରାଜପଥ
author img

By

Published : Dec 8, 2020, 11:46 AM IST

ନୟାଗଡ଼: ରାଜସୁନାଖଳା ବଜାର ଅଣଓସାରିଆ ଏବଂ ରାସ୍ତା କାମ ଦୀର୍ଘ ଦିନ ହେବ ଚାଲୁଥିବାରୁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି l ଗତକାଲି(ସୋମବାର) ସନ୍ଧ୍ୟାରେ ଦେଖିବାକୁ ମିଳିଛି ଏହାର ଜ୍ବଳନ୍ତ ଉଦାହରଣ l ରାଜସୁନାଖଳାରେ ଟ୍ରାଫିକ ସମସ୍ୟା ପାଇଁ ଘଣ୍ଟାଏ ବନ୍ଦ ରହିଲା ଜାତୀୟ ରାଜପଥ । ଏପରିକି ବସ ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ କାହିଁ କେତେ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା । ସ୍ଥିତି ଏପରି ହେଲା ଯେ, ପାଖାପାଖି 2 କିଲୋମିଟର ପର୍ଯ୍ୟନ୍ତ ଗାଡ଼ିମୋଟର ଅଟକି ରହିଲା l

ରାଜସୁନାଖଳାରେ ଟ୍ରାଫିକ ସମସ୍ୟା, ଘଣ୍ଟାଏ ବନ୍ଦ ରହିଲା ଜାତୀୟ ରାଜପଥ

ଲୋକେ ରାସ୍ତାରେ ଅଟକି ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲା l ପରେ ସ୍ଥାନୀୟ ଲୋକ କିଛି ଵ୍ୟଵସ୍ଥା କରିବାରୁ ପୂର୍ବ ପରି ଯାତାୟାତ ସ୍ବାଭାବିକ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଚାଲୁ ରହିଥିବା ରାସ୍ତା କାମ ଏବଂ ବଜାର ଦେଇ ଯାଇଥିବା ଜାତୀୟ ରାଜପଥର ସମ୍ପ୍ରସାରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.