ନୟାଗଡ଼: ଆଜି ହେଉଛି ପରୀର ଜନ୍ମ ଦିନ । 5 ବର୍ଷ ପୁରି ଷଷ୍ଠ ବର୍ଷ ଚାଲିଥାନ୍ତା l ହେଲେ ଜନ୍ମ ଦିନ ପାଳିବାକୁ ସେ ଆଉ ଏହି ଦୁନିଆରେ ନାହିଁ । ଯଦୁପୁରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଝୁରୁଛନ୍ତି ପରୀକୁ । ବାପା ମାଙ୍କ ଗେଲ୍ଲୀ ଝିଅ ଥିଲା ପରୀ l ହେଲେ ଆଜି ପରୀ ନାହିଁ ସତ, କିନ୍ତୁ ତା'ର ଷଷ୍ଠ ଜନ୍ମ ବାର୍ଷିକୀକୁ ବାପା ଅଶୋକ ସାହୁ ଏବଂ ମା' ସୌଦାମିନୀ ସାହୁ ନିରାଡ଼ମ୍ବର ଭାବେ ପାଳନ କରୁଛନ୍ତି l
କୁନିଝିଅଟି ସେଦିନ ଖେଳିବାକୁ ଯାଇଥିଲା ଯେ, ତା'ପରେ ଆଉ ଫେରିନି । ତା ସ୍ମୃତିକୁ ମନେ ପକାଇ ଝୁରି ହଉଛନ୍ତି ତା’ ବାପା ମା’ । ପରୀ ଲୋ.... ତୋ ଅଜା କହୁଛି ତୁ ଥିଲୁ କୁଆଡ଼େ ବିଜୁଳିକନ୍ୟା...ତୁ ସମସ୍ତଙ୍କୁ ବହୁତ ଭଲ ପାଉଥିଲୁ ... ଏମିତି କୋହ ଭରା କଣ୍ଠରେ ଆଜି ଝୁରୁଛି ପୁରା ନୟାଗଡ଼ବାସୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ