ETV Bharat / state

75ତମ ସ୍ବାଧୀନତା ଦିବସ, ସଂଗ୍ରାମୀଙ୍କୁ ଝୁରୁଛି ବିପ୍ଳବୀ ଗାଁ ଥୁଆବାରୀ - କଣ୍ଡୁରୀ ପରିଡା

ନୟାଗଡ଼ର ସ୍ବାଧୀନତା ସଂଗ୍ରାମୀ ଗାଁ ହେଉଛି ଥୁଆବାରୀ । ଆଜି ସ୍ବାଧୀନତାର ୭୫ତମ ଅବସରରେ ଗ୍ରାମବାସୀ ଅତି ଗର୍ବର ସହିତ ଦିବସକୁ ପାଳନ କରୁଛନ୍ତି । ପ୍ରତ୍ୟେକ ଗ୍ରାମବାସୀଙ୍କ ମୁଖରୁ ବାହାରୁଛି ତାଙ୍କ ପୂର୍ବ ପୁରୁଷଙ୍କ ବୀରତ୍ବର ଗାଥା । ଅଧିକ ପଢନ୍ତୁ...

75ତମ ସ୍ବାଧୀନତା ଦିବସ, ସଂଗ୍ରାମୀଙ୍କୁ ଝୁରୁଛି ବିପ୍ଳବୀ ଗାଁ ଥୁଆବାରୀ

author img

By

Published : Aug 15, 2021, 5:06 PM IST

ନୟାଗଡ଼: ଜିଲ୍ଲାର ନୂଆଗାଁ ବ୍ଲକ ସ୍ବାଧୀନତା ସଂଗ୍ରାମୀଙ୍କ ଗାଁଙ୍କ ହେଉଛି ଥୁଆବାରୀ । ଆଜି ସ୍ବାଧୀନତାର ୭୫ ବର୍ଷ ଅବସରରେ ଗ୍ରାମବାସୀ ଗାଁରେ ଶହୀଦ ହୋଇଥିବା ନିଜ ପୂର୍ବ ପୁରୁଷଙ୍କୁ ଝୁରୁଛନ୍ତି । ସ୍ବାଧୀନତା ସଂଗ୍ରାମରେ ଏହି ବୀର ଗାଁର ପ୍ରାୟ ୬୫ ଜଣ ମହିଳା ଓ ପୁରୁଷ ସ୍ବାଧୀନତା ସଂଗ୍ରାମୀ ହୋଇଥିଲେ ଶହୀଦ ।

75ତମ ସ୍ବାଧୀନତା ଦିବସ, ସଂଗ୍ରାମୀଙ୍କୁ ଝୁରୁଛି ବିପ୍ଳବୀ ଗାଁ ଥୁଆବାରୀ

ଭାରତକୁ ସ୍ବାଧୀନତା ଆଣିବାକୁ ଜାତିର ପିତା ମହାତ୍ମା ଗାନ୍ଧୀ ଡ଼ାକରା ଦେଇଥିଲେ l ତାଙ୍କ ଡ଼ାକରାରେ ଏହି ଗାଁର ଆବାଳବୃଦ୍ଧବନିତା ସଂଗ୍ରାମରେ ସାମିଲ ହୋଇଥିଲେ । ଦେଶକୁ ସ୍ବାଧୀନତା ଆଣିବା ପାଇଁ ସୃଷ୍ଟି କରିଥିଲେ ବିପ୍ଳବ । ଆଉ 65 ଜଣ ଶହୀଦ ହୋଇଥିଲେ ଦେଶ ମାତୃକା ପାଇଁ । ଏହି ଗାଁର କଣ୍ଡୁରୀ ପରିଡା ଓ ଆନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଗାଁର ଆବାଳ ବୃଦ୍ଧବନିତା ଦେଶ ମୁକ୍ତି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଭାରତ ଛାଡ଼ ଆନ୍ଦୋଳନ ବେଳେ ଏହି ଗାଁର ଶତାଧିକ ଲୋକେ ମେଳି ବାନ୍ଧି ବରକୋଳା ବଙ୍ଗଳା ସମେତ ଆଖପାଖ ସମସ୍ତ ଅଞ୍ଚଳରେ ଇଂରେଜ ସରକାରଙ୍କ ସରକାରୀ ଅଫିସରେ ନିଆଁ ଲଗାଇଥିଲେ । ଏଭଳି ଅନେକ ବିପ୍ଳବରେ ସାମିଲ ହୋଇ ଗୋରା ସରକାରଙ୍କୁ ଦେଶରୁ ବିତାଡ଼ିତ କରିବା ଅଭିଯାନରେ ସାମିଲ ହୋଇଥିଲେ ଏହି ଗ୍ରାମବାସୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.