ETV Bharat / state

ଭୟାବହ ଅଗ୍ନିକାଣ୍ଡରେ 3 ବଖରା ଭସ୍ମୀଭୂତ, ବେସାହାରା ଦୁଇ ପରିବାର

ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର 3 ବଖରା ଘର ପୋଡି ପାଉଁଶ । ପ୍ରଶାସନ ପକ୍ଷରୁ କ୍ଷତିପୂରଣ ପାଇଁ ଗ୍ରାମବାସୀଙ୍କ ଦାବି । ଅଧିକ ପଢନ୍ତୁ...

ଭୟାବହ ଅଗ୍ନିକାଣ୍ଡରେ 3 ବଖରା ଭସ୍ମୀଭୂତ, ବେସାହାରା ଦୁଇ ପରିବାର
ଭୟାବହ ଅଗ୍ନିକାଣ୍ଡରେ 3 ବଖରା ଭସ୍ମୀଭୂତ, ବେସାହାରା ଦୁଇ ପରିବାର
author img

By

Published : Dec 4, 2020, 10:44 PM IST

ନୟାଗଡ: ଭୟାବହ ଅଗ୍ନିକାଣ୍ଡ । ବେସାହାରା ହୋଇଗଲେ ଦୁଇ ପରିବାର । ନୟାଗଡ ଜିଲ୍ଲା ଗଣିଆ ବ୍ଲକରେ ଘଟିଛି ଏହି ଅଭାବନୀୟ ଘଟଣା । ଛାମୁଣ୍ଡିଆ ଗ୍ରାମ ପଞ୍ଚାୟତ ଅଧୀନ ମହନାପଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ବିରଞ୍ଚି ଭୋଇ ଓ ଭରତ ଭୋଇ ନାମକ 2 ଜଣ ବ୍ୟକ୍ତିଙ୍କ ତିନି ବଖରା ଚାଳ ଘର ଭସ୍ମ ହୋଇଯାଇଛି । ତେବେ ଏ ଯାଏଁ ବି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଭୟାବହ ଅଗ୍ନିକାଣ୍ଡରେ 3 ବଖରା ଭସ୍ମୀଭୂତ, ବେସାହାରା ଦୁଇ ପରିବାର

ସୂଚନାଯୋଗ୍ୟ, ଗ୍ରାମର ବିରଞ୍ଚି ନିଜ ଝିଅର ବିବାହ ପାଇଁ ସମସ୍ତ ସାଜସଜ୍ଜା ସହ ନଗଦ 50 ହଜାର ଟଙ୍କା ରଖିଥିଲେ । ଅଗ୍ନିକାଣ୍ଡ ଘଟି ସବୁକିଛି ପାଉଁଶ ହୋଇଯାଇଛି । ସେହିପରି ଭରତଙ୍କ ଘରର ସମସ୍ତ ସାମାଗ୍ରୀ ଏବଂ ନଗଦ 20 ହଜାର ଟଙ୍କା ମଧ୍ୟ ଭସ୍ମ ହୋଇଯାଇଛି । ପୋଡି ଯାଇଥିବା ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ।

ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଜରୁରୀକାଳୀନ ସେବା ପ୍ରଦାନ କରାଯାଇ ନଥିବା ଜଣାପଡିଛି । ଫଳରେ ଦୁଇ ଦୁଇଟି ପରିବାର ବେସାହାରା ପାଲଟି ଯାଇଛନ୍ତି । ବ୍ଲକ ଅଧ୍ୟକ୍ଷ ଶେଷ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ପୀଡିତ ପରିବାରଙ୍କୁ କିଛି ସହାୟତା ଦେଇଛନ୍ତି । ଏହାସହ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ସେଠାରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ତେବେ ପ୍ରଶାସନ ତରଫରୁ 2 ଗରିବ ପରିବାରକୁ ସହାୟତା ଯୋଗାଇବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.