ETV Bharat / state

ଗୁଳିକାଣ୍ଡ ଘଟି ସେନା କର୍ମଚାରୀଙ୍କ ମୃତ୍ୟୁ ଘଟଣା, ୩ ଜଣଙ୍କୁ ଗିରଫ କଲା ପୋଲିସ

author img

By

Published : Dec 22, 2022, 7:47 AM IST

ଗୁଳିକାଣ୍ଡରେ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟଣା । ୩ ଜଣକୁ ଗିରଫ କଲା ନୟାଗଡ଼ ପୋଲିସ । ଅଧିକ ପଢ଼ନ୍ତୁ

୩ ଜଣଙ୍କୁ ଗିରଫ କଲା ପୋଲିସ
୩ ଜଣଙ୍କୁ ଗିରଫ କଲା ପୋଲିସ
ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଏସପି

ନୟାଗଡ଼: ଗୁଳିକାଣ୍ଡରେ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟଣା । ୩ ଜଣକୁ ଗିରଫ କଲା ନୟାଗଡ଼ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କୃଷ୍ଣପ୍ରସାଦ ଗାଁର ନିବାସୀ ନାୟକ, ସାନ୍ତନୁ ନାୟକ ଏବଂ ତାରେଶ୍ବର ନାୟକ । ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ସମେତ, ଠେଙ୍ଗା ଏବଂ ଦାଆ ଜବତ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ।

ପୂର୍ବରୁ କୃଷ୍ଣପ୍ରସାଦ ଗାଁର ବାସୁଦେବ ନାୟକ ଏବଂ ସୁବାସ ନାୟକଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ବିବାଦ ରହିଥିଲା । ଏହାକୁ ନେଇ ଗତ ୧୯ ତାରିଖରେ ୨ ପରିବାର ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ଗୋଷ୍ଠୀ ସଙ୍ଘର୍ଷ ଘଟିଥିଲା । ଘଟଣାସ୍ଥଳରେ ବାସୁଦେବଙ୍କ ଗୁଳିମାଡରେ ଗାଁକୁ ବୁଲିବାକୁ ଆସିଥିବା ସେନା କର୍ମଚାରୀ ଅନିରୁଦ୍ଧ ନାୟକଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିରେ ଉଭୟ ପକ୍ଷର ପ୍ରାୟ ୫ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ମେଡିକାଲରେ ଡାକ୍ତର ଅନିରୁଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ପରେ ସ୍ଥାନୀୟ ଲୋକେ ରାଜରାସ୍ତାକୁ କିଛି ସମୟ ପାଇଁ ଅବରୋଧ କରିଥିଲେ । ଅନ୍ୟପଟେ ଅନ୍ୟ ସମସ୍ତେ ଚିକିତ୍ସିତ ହେଉଥିବାବେଳେ ଆଜି ଉକ୍ତ ଘଟଣାରେ ନିବାସୀ ନାୟକ, ସାନ୍ତନୁ ନାୟକ ଏବଂ ତାରେଶ୍ବର ନାୟକଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାସୁଦେବ ଫେରାର ଥିବାବେଳେ ତାଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି କହିଛନ୍ତି ନୟାଗଡ ଏସପି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.