ନୟାଗଡ: ଭେଟ୍ଟବର ଜଳ ଅମଳ ପ୍ରକଳ୍ପରୁ ମିଳୁନି ସୁବିଧା । ନୟାଗଡ଼ ଜିଲ୍ଲା ରଣପୁର କ୍ଷୁଦ୍ର ଜଳସେଚନ ଅଧିଖଣ୍ଡ ଅଧିନରେ ଥିବା ଭେଟ୍ଟବର ଜଳ ଅମଳ ପ୍ରକଳ୍ପ ୧୯୮୦ ମସିହାରେ ନିର୍ମାଣ ଶେଷ ହୋଇଛି । ହେଲେ ଏ ଯାଏଁ ଚାଷୀଙ୍କୁ ମିଳୁନି ସୁବିଧା ।
ବନ୍ଧମୁଣ୍ଡା , କାଣ୍ଡପଡା , ବଳଭଦ୍ରପୁର , ମଝିଆଁଖଣ୍ଡ ଓ ମହତପଲ୍ଲା ଗ୍ରାମ ପଞ୍ଚାୟତର ୫୯ ଟି ଗ୍ରାମର ପ୍ରାୟ ତିନି ହଜାର ଚାଷୀ ଭେଟ୍ଟବର ବନ୍ଧ ଉପରେ ନିର୍ଭର କରନ୍ତି । ବର୍ଷରେ ଦୁଇଥର ହେକ୍ଟର ହେକ୍ଟର ଜମିରେ ଧାନ ଚାଷ କରିଥାନ୍ତି l ବନ୍ୟା ବାତ୍ୟାରେ ବନ୍ଧ ପୋତି ହୋଇଯିବା ଯୋଗୁଁ ଜଳଧାରଣ କ୍ଷମତା କମିବାରେ ଲାଗିଛି l
ଆବଶ୍ୟକ ଅଞ୍ଚଳକୁ ଜଳସେଚନ ହୋଇ ପାରୁ ନାହିଁ l ଯାହା ଫଳରେ ଏକର ଏକର ଧାନ ଜମି ନଷ୍ଟ ହେଉଛି । ଜଳ ଯୋଗାଣର ନାଁ ନାହିଁ ମାତ୍ର ଚାଷୀମାନଙ୍କଠାରୁ ଜଳ କର ଆଦାୟ ଚାଲିଛି l ବନ୍ଧର ପୁନଃଉଦ୍ଧାର ଏ ଯାଏଁ ହୋଇ ପାରୁନି l ବନ୍ଧ ଶୁଖିଲା ପଡିଛି l କେନାଲରେ ପାଣି ନାହିଁ l ପାଣି ଅଭାବରୁ ପାଚିଲା ଧାନ ଶୁଖିଯାଉଛି l ଭେଟବର ଡ୍ୟାମକୁ ଖନନ କରି ଜଳ ସଂରକ୍ଷିତ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ