ETV Bharat / state

ଚରମ ଅବହେଳା, ଅସ୍ତ୍ରୋପଚାରରେ ପ୍ରସୂତି ଦେହରେ ଛୁଞ୍ଚି - Nayagarh Maternity

ଚରମ ଅବହେଳା । ନୟାଗଡ ଜିଲ୍ଲା ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଷ୍ଟିଚ୍‌ ପଡିବା ପରେ ପ୍ରସୂତି ଦେହରେ ରହିଯାଇଛି ଛୁଞ୍ଚି । ଅଧିକ ପଢନ୍ତୁ...

ଚରମ ଅବହେଳା
ଚରମ ଅବହେଳା
author img

By

Published : Dec 31, 2020, 7:58 AM IST

Updated : Dec 31, 2020, 2:08 PM IST

ନୟାଗଡ: ଷ୍ଟାଫ ନର୍ସଙ୍କ ଚରମ ଅବହେଳା । ଅସ୍ତ୍ରୋପଚାର ବେଳେ ପ୍ରସୂତିଙ୍କ ଦେହରେ ରହିଗଲା ଛୁଞ୍ଚି । ନୟାଗଡ ଜିଲ୍ଲା ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଚରମ ଅବହେଳା

ସୂଚନା ଅନୁସାରେ ଗତ 25 ତାରିଖ ଦିନ ଖଣ୍ଡପଡା ଥାନା ଗୋଛାବାରି ଗାଁର ପ୍ରଭାତ ବାହୁକଙ୍କ ପତ୍ନୀ ଲତା ପ୍ରସବ ପାଇଁ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ବାଭାବିକ ଭାବେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।

ତେବେ ପ୍ରସବ ବେଳେ ପ୍ରସବ ଦ୍ବାରକୁ ସାମାନ୍ୟ କାଟିବାକୁ ପଡିଥିଲା । ପ୍ରସବ ଦ୍ବାରକୁ ଷ୍ଟିଚ କରାଯାଇଥିବା ବେଳେ ଛୁଞ୍ଚିଟି ସେଠାରେ ରହିଯାଇଥିଲା । ପରେ ତାଙ୍କର ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ସେଠାରେ ବହୁ ଚେଷ୍ଟା ପରେ ମଧ୍ୟ ଛୁଞ୍ଚିଟି ନ ବହାରିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେବାପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ମାତ୍ର ଏହି ଦମ୍ପତି ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ସହ ଚିକିତ୍ସା ପାଇଁ ସେମାନେ ନିବେଦନ କରିଛନ୍ତି । ସେପଟେ ଏପରି ଅବହେଳା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୁଷ୍ଟ ଦେଖିବାକୁ ମିଳିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 31, 2020, 2:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.