ETV Bharat / state

ନୟାଗଡ଼ରେ ହେବ ରାଜ୍ୟସ୍ତରୀୟ ନାଟକୋତ୍ସବ 2021 - ନୟାଗଡ଼ ରାଜ୍ୟ ସ୍ତରୀୟ ନାଟକୋତ୍ସବ 2021

ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଆନୁକୂଲ୍ୟରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମାର୍ଚ୍ଚ ମାସ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ବ୍ୟାପୀ ରାଜ୍ୟ ସ୍ତରୀୟ ନାଟକୋତ୍ସବ 2021 ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟ ପରିସରରେ ଅନୁଷ୍ଠିତ ହେବ l ଅଧିକ ପଢନ୍ତୁ...

ନୟାଗଡ଼ରେ ହେବ ରାଜ୍ୟ ସ୍ତରୀୟ ନାଟ୍ୟକୋତ୍ସବ 2021

author img

By

Published : Jan 3, 2021, 7:41 PM IST

ନୟାଗଡ଼ : ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଆନୁକୂଲ୍ୟରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମାର୍ଚ୍ଚ ମାସ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ବ୍ୟାପୀ ରାଜ୍ୟ ସ୍ତରୀୟ ନାଟକୋତ୍ସବ 2021 ଅନୁଷ୍ଠିତ ହେବ । ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟ ପରିସରରେ ଏହା ଅନୁଷ୍ଠିତ ହେବ l ଗତବର୍ଷ ନାଟକୋତ୍ସବର ଅଦ୍ଭୁତପୂର୍ବ ସଫଳତା ପରେ ଚଳିତ ବର୍ଷ ନାଟ୍ୟମେଳା ଆୟୋଜନ ନିମନ୍ତେ ରୋଟାରୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି l

ଚଳିତ ବର୍ଷ ଭୁବନେଶ୍ୱର, କଟକ, ଢେଙ୍କାନାଳ, ମୟୁରଭଞ୍ଜ, ବାଲେଶ୍ୱର, ସମ୍ବଲପୁର ଓ ନୟାଗଡ଼ର ନାଟ୍ୟ ଅନୁଷ୍ଠାନ ଦ୍ୱାରା ୭ ଦିନ ବ୍ୟାପୀ ନାଟକ ପରିବେଷଣ କରାଯିବ l ପ୍ରତ୍ୟେକ ଦିନ ସଂନ୍ଧ୍ୟା ୭ଟା ୩୦ ମିନିଟରୁ ଆରମ୍ଭ ହୋଇ ରାତି ୯ଟା ୩୦ ମିନିଟ ପର୍ଯ୍ୟନ୍ତ ଏହି ନାଟକ ମଞ୍ଚସ୍ଥ ହେବ ବୋଲି କୁହାଯାଇଛି l

ନୟାଗଡ଼ରେ ହେବ ରାଜ୍ୟ ସ୍ତରୀୟ ନାଟ୍ୟକୋତ୍ସବ 2021

ଏହି ସାମ୍ବାଦିକ ସମ୍ମିଳନୀରେ ନାଟ୍ୟଧାରା ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକ, ଉପସଭାପତି ବିଶ୍ୱନାଥ ମହାପାତ୍ର, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୈାଧୁରୀ ପ୍ରମୁଖ ଉପସ୍ଥିତ ଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.