ETV Bharat / state

ନିରାଡ଼ମ୍ବର ରାଜସୁନାଖଳା ମହୋତ୍ସବ, ଭର୍ଚୁଆଲ ମଜାନେଲେ ଦର୍ଶକ - ନୟାଗଡ

କୋରୋନା ପାଇଁ ଚଳିତ ବର୍ଷ ନିରାଡମ୍ବର ଭାବରେ ପାଳିତ ହୋଇଛି ରାଜସୁନାଖଳା ମହୋତ୍ସବ କାଉଁରୀ ମହୋତ୍ସବ । ଅଧିକ ପଢନ୍ତୁ...

ନିରାଡ଼ମ୍ବରରେ ହେଲା ରାଜସୁନାଖଳା ମହୋତ୍ସବ,
ନିରାଡ଼ମ୍ବରରେ ହେଲା ରାଜସୁନାଖଳା ମହୋତ୍ସବ,
author img

By

Published : Dec 10, 2020, 12:59 PM IST

ନୟାଗଡ: କୋରୋନା ସାରା ବିଶ୍ବରେ ତାଣ୍ଡବ ରଚିଛି । ସେଥିପାଇଁ ଚଳିତ ବର୍ଷ ଜିଲ୍ଲାରେ ରାଜସୁନାଖଳା ମହୋତ୍ସବ କାଉଁରୀ 2020 ନିରାଡମ୍ବର ଭାବରେ ପାଳିତ ହୋଇଛି ।

ନିରାଡ଼ମ୍ବରରେ ହେଲା ରାଜସୁନାଖଳା ମହୋତ୍ସବ

ସ୍ଥାନୀୟ କଳା ସଂସ୍କୃତି, ଐତିହକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିବର୍ଷ ମହାଆଡ଼ମ୍ବରରେ ପାଞ୍ଚ ଦିନ ଧରି ପାଳିତ ହୁଏ ଏହି ମହୋତ୍ସବ । ଚିଳିତ ବର୍ଷ ଡିସେମ୍ବର 8ତାରିଖରୁ ଏହି ମହୋତ୍ସବ ଆରମ୍ଭ ହୋଇଛି । କୋରୋନା ପାଇଁ ପୂର୍ବ ବର୍ଷ ଭଳି ମହାଆଡମ୍ବରରେ ପାଳନ ହୋଇନିହିଁ । ସମ୍ପୂର୍ଣ୍ଣ ନିରାଡମ୍ଭର ଭାବରେ ପାଳିତ ହୋଇଛି ଏହି ଉତ୍ସବ । ଏହି ସମୟକୁ ସ୍ମରଣୀୟ କରିବା ପାଇଁ ଏକ ଦିବସୀୟ ଡ଼ିଜିଟାଲ ମହୋତ୍ସବ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବରେ ସଭାପତି ଆର୍ତତ୍ରାଣ ପ୍ରଧାନଙ୍କ ସଭାପତିତ୍ବରେ ଏହି ସଭା ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ଚିତ୍ତ ରଞ୍ଜନ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ମହୋତ୍ସବ ପାଇଁ ଵିଧିପୂର୍ବକ ପ୍ରଥମେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ପ୍ରସିଦ୍ଧ ଠାକୁରାଣୀ ମା କାଉଁରୀଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ରାଜସୁନାଖଳା ଗ୍ରାମ ପରିକ୍ରମା କରିଥିଲା l ସନ୍ଧ୍ୟାରେ ସ୍ଥାନୀୟ କିଛି ଅତିଥିଙ୍କୁ ନେଇ ଏକ ସଭା ଏବଂ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସାଇ ସାଗର ଭଜନ ଗ୍ରୁପ ଭଜନ ପରିବେଷଣ କରିଥିଲେ l ଲୋକମାନେ ଘରେ ରହି ଫେସବୁକ ଲାଇଭ ମାଧ୍ୟମରେ ମହୋତ୍ସବକୁ ଉପଭୋଗ କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.