ETV Bharat / state

କୋଠଘରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ

author img

By

Published : Nov 23, 2020, 10:41 PM IST

ନୟାଗଡ଼ ରଣପୁର ବ୍ଲକ ଅନ୍ତର୍ଗତ ଗଡବାଣିକିଲୋ ଗ୍ରାମ ପଞ୍ଚାୟତ ଅସ୍ଥାୟୀ ଭାବେ କୋଠଘରେ ଚାଲିଛି l ଫଳରେ ବହୁ ଅସୁବିଧା ହେଉଛି l ରାସନ ସାମଗ୍ରୀ ବଣ୍ଟନ ଆଦି କ୍ଷେତ୍ରରେ ଅନେକ ଅସୁବିଧା ହେଉଛି l ଅଧିକ ପଢନ୍ତୁ...

କୋଠଘରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ
କୋଠଘରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ

ନୟାଗଡ଼: ରଣପୁର ବ୍ଲକ ଅନ୍ତର୍ଗତ ଗଡବାଣିକିଲୋ ଗ୍ରାମ ପଞ୍ଚାୟତ ଅସ୍ଥାୟୀ ଭାବେ କୋଠଘରେ ଚାଲିଛି l ଫଳରେ ବହୁ ଅସୁବିଧା ହେଉଛି l ରାସନ ସାମଗ୍ରୀ ବଣ୍ଟନ ଆଦି କ୍ଷେତ୍ରରେ ଅନେକ ଅସୁବିଧା ହେଉଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବାରେ ଗ୍ରାମ ପଞ୍ଚାୟତର ଭୂମିକା ଅନସ୍ବୀକାର୍ଯ୍ୟ l ସ୍ଥାୟୀ ପଞ୍ଚାୟତ ଗୃହଟେ ନଥିବାରୁ ଏହି ଆଜବେଷ୍ଟ ଘରେ ସବୁ କାମ ଚାଲିଛି l

କୋଠଘରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ

୨୦୧୭ ମସିହାରେ ଏକ ନୂତନ ପଞ୍ଚାୟତର ମାନ୍ୟତା ପାଇଥିଲା l 11 ଟି ୱାର୍ଡର ୫ଟି ଗ୍ରାମ ଏବଂ ପାଖାପାଖି ୨୫ ଶହ ଭୋଟରକୁ ନେଇ ଗଠିତ ହୋଇଛି l ଏଠାରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ସମସ୍ତେ ବିନା ଭୋଟରେ ନିର୍ବାଚିତ ହୋଇଥିଲେ l ତାହା ପୁଣି ୫ ଟି ଗାଁର ଲୋକମାନଙ୍କ ସହ ମତିରେ l ଗୋଟିଏ କାର୍ଯ୍ୟକାଳ ଶେଷ ହେବାକୁ ବସିଲାଣି l ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହେଲଣି l କିନ୍ତୁ ଏହି ପଞ୍ଚାୟତରେ ସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ହୋଇପାରୁନି l

ମିଳିଥିବା ସୂଚନା ମୁତାବକ, ନୂତନ ପଞ୍ଚାୟତ କେଉଁଠାରେ ହେବ ତାକୁ ନେଇ ବିବାଦ ରହିଛି l ଛୋଟ ବଡ଼ ଗ୍ରାମକୁ ନେଇ ବିବାଦ ସୃଷ୍ଟି ହେଉଛି l ପଞ୍ଚାୟତ ଅଧୀନରେ ଥିବା ଗ୍ରାମର ବାସିନ୍ଦା ନିଜ ଗ୍ରାମ ନିକଟରେ ପଞ୍ଚାୟତ ଗୃହ କରିବାକୁ ଅଡ଼ି ବସୁଥିବା ସୂଚନା ମିଳିଛି l ସେଥିପାଇଁ ସ୍ଥାୟୀ ପଞ୍ଚାୟତ ଗୃହ ନିର୍ମାଣ କରାଯାଇପାରୁନି l ପ୍ରଶାସନ ଏଥିରେ ହସ୍ତକ୍ଷେପକରି ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଦାବି କରିଛନ୍ତି ଲୋକେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.