ନୟାଗଡ଼ : ପ୍ରସିଦ୍ଧ କଣ୍ଟିଲୋ ନୀଳମାଧଵ ପୀଠର ହେବ ନବକଳେବର । ଥଇଥାନ ପାଇଁ ଦାବି ଜଣାଇଲେ ବ୍ୟବସାୟୀ । ଏଥିପାଇଁ ସରକାର ୧୦୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି । ପୀଠର ନବକଳେବର ପାଇଁ ଅନେକ ବ୍ୟବସାୟୀ ଏବଂ ବଜାର ବିସ୍ଥାପିତ ହେବ । ତେବେ ସେମାନଙ୍କୁ କିଭଳି ସୁରକ୍ଷିତ ଭାବେ ଥଇଥାନ କରାଯିବ ସେନେଇ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ବ୍ୟବସାୟ ସଂଘ ।
ନୀଳମାଧବ ପୀଠର ବିକାଶ କାର୍ଯ୍ୟରେ ପଶ୍ଚିମ ଦ୍ୱାର ସ୍ଥିତ ଲକ୍ଷ୍ମୀବଜାର ବ୍ୟବସାୟୀ ମାନଙ୍କୁ ବିସ୍ଥାପିତ ହେବାକୁ ପଡିବ । ଏଥିପାଇଁ ଯୁବ ଆଇନଜୀବି ତଥା ସମାଜସେବୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ୟବସାୟୀ ମାନଙ୍କ ସୁରକ୍ଷା ଓ କିପରି ସେମାନଙ୍କୁ ଥଇଥାନ କରାଯିବ ସେଥିପାଇଁ ନାନା ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଦାବି ଗୁଡିକୁ ଶୁଣିବା ପରେ ବିଚାରକୁ ନେବେ ବୋଲି ଆଶ୍ୱାସନା ଦେଇଥିବା ଜଣାପଡିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ