ନୟାଗଡ଼: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା । ଅଭିଯୁକ୍ତ ନାବାଳକ ପକ୍ଷରୁ ହାଇକୋର୍ଟରେ କରାଯାଇଥିବା ଜାମିନ ଆବେଦନ ଉପରେ ଆଜି ଶୁଣାଣି କରିବେ ମାନ୍ୟବର ହାଇକୋର୍ଟ l
ଆସନ୍ତା 9 ତାରିଖରେ ଅଭିଯୁକ୍ତ ନାବାଳକର ଭଉଣୀଙ୍କ ବିବାହ ହେବାକୁ ଥିବା ବେଳେ ଏନେଇ ଅଭିଯୁକ୍ତ ନାବାଳକକୁ ଅନ୍ତରୀଣ ଜାମିନ ଦେବା ପାଇଁ ଅଭିଯୁକ୍ତ ନାବାଳକର ଓକିଲଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି l
ଯାହାକୁ ନେଇ ଆଜି ହାଇକୋର୍ଟରେ ଏହି ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି କରାଯିବାର ସୂଚନା ମିଳିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ