ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ସୁରକ୍ଷା ଦାବି କଲା ଜିଲ୍ଲା ଡିଜିଟାଲ ମିଡ଼ିଆ ସଂଘ

author img

By

Published : Aug 6, 2021, 7:31 PM IST

ରାଜ୍ୟରେ ଦିନକୁ ଦିନ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକ । ଆଉ ଏହାକୁ ନେଇ ନିରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସୁରକ୍ଷା ଦାବିକଲା ଜିଲ୍ଲା ଡିଜିଟାଲ ମିଡ଼ିଆ ସଂଘ

ନୟାଗଡ଼: ରାଜ୍ୟରେ କ୍ରମାଗତ ଭାବେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେବାରେ ଲାଗିଛି l ନୟାଗଡ଼ ଏବଂ ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସାମ୍ବାଦିକଙ୍କୁ ଆକ୍ରମଣ ଏହାର ସଦ୍ୟତମ ଉଦାହରଣ l ରାଜ୍ୟ ସରକାର ଏସବୁ ଜାଣି ସୁଦ୍ଧା ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନିରବଦ୍ରଷ୍ଟା ସାଜିଛନ୍ତି l ଆଉ ଏହାକୁ ଦୃଢ଼ ଭାବେ ବିରୋଧ କରିଛି ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡ଼ିଆ ସଂଘ l

ବୈଠକରେ ସଭାପତି ଶେଖ ଅନୱର ଅଲ୍ଲୀ ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି l ସେହିପରି ନୟାଗଡ଼ର ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ମଧ୍ୟ ସାମ୍ବାଦିକଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପାରିତ କରିବାକୁ ଚର୍ଚ୍ଚା ଜୋର୍ ଧରିଛି l

ଏନେଇ ଏକ ଆଲୋଚନା ଚକ୍ର ଓଡଗାଁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି l ଏଥିରେ ନୟାଗଡ଼ ଜିଲ୍ଲା ଏବଂ ଓଡ଼ଗାଁ ବ୍ଲକ ପ୍ରତିନିଧିମାନେ ଯୋଗ ଦେଇଛନ୍ତି l ରାଜ୍ୟ ସରକାର ଏନେଇ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ନ ଆଣିଲେ ଜିଲ୍ଲାର ସମସ୍ତ ସାମ୍ବାଦିକ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.