ETV Bharat / state

କୋଭିଡ କେୟାର ସେଣ୍ଟର ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ - \କୋଭିଡ କେୟାର ହସ୍ପିଟାଲ

ଦିନକୁ ଦିନ ନୟାଗଡ ଜିଲ୍ଲାରେ କୋରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି । ଜିଲ୍ଲାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ।

Covid Care Hospital
କୋଭିଡ କେୟାର ହସ୍ପିଟାଲ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ
author img

By

Published : Aug 6, 2020, 10:36 PM IST

ଖୋର୍ଦ୍ଧା: ଦିନକୁ ଦିନ ନୟାଗଡ ଜିଲ୍ଲାରେ କୋରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି । କୋରୋନାକୁ କିଭଳି ମୁକାବିଲା କରାଯାଇ ପାରିବ ତାହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଧିକରୁ ଅଧିକ କୋଭିଡ କେୟାର ସେଣ୍ଟର ଖୋଲିବାକୁ ପ୍ରାଧାନ୍ୟ ଦେଇଛନ୍ତି ।

କୋଭିଡ କେୟାର ହସ୍ପିଟାଲ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

ନୟାଗଡ ଜିଲ୍ଲା ଚାନ୍ଦପୁର ବସନ୍ତମଞ୍ଜରୀ ସ୍ବାସ୍ଥ୍ୟ ନିବାସରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲର କାର୍ଯ୍ୟକ୍ଷମ କରୁଛି । ଏହାକୁ କିପରି ସୁପରିଚାଳନା କରାଯାଉଛି ତାର ସମୀକ୍ଷା କରିବା ପାଇଁ ଗୁରୁବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲ ଗସ୍ତରେ ଆସି ପ୍ରଥମେ ଟାଙ୍ଗୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଜିଲାର ବରିଷ୍ଠ ଅଧିକାରୀଙ୍କ ସହ କୋଭିଡ୍ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଏହା ପରେ ଚାନ୍ଦପୁର ଯାଇ ଚାନ୍ଦପୁର କୋଭିଡ୍ କେୟାର ହସପିଟାଲ ପରିଦର୍ଶନ କରିବା ସହ ମେଡିକାଲର ଥିବା ଆଇସିୟୁର ସ୍ଥିତି ପରଖିବା ପରେ ଜିଲ୍ଲାପାଳ ଓ ମେଡିକାଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମେଡିକାଲରେ ଆଗାମୀ ଦିନରେ କୋରୋନା ଆକ୍ରାନ୍ତଙ୍କୁ କିଭଳି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେ ନେଇ ମଧ୍ୟ ସମୀକ୍ଷା କରିଛନ୍ତି । ରାଜସ୍ବ ଆୟୁକ୍ତଙ୍କ ସହ ନୟାଗଡ ଜିଲ୍ଲାପାଳ ପୁମ୍ମା ଟୁଡୁ, ଓ ନୟାଗଡ ଜିଲ୍ଲାର ବହୁ ଅଧିକାରୀ ଉପସ୍ଥିତ ଥିଲ ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.