ETV Bharat / state

ବୈଷ୍ଣବ କବି ଭକ୍ତ ଚରଣ ଦାସଙ୍କ ଜୟନ୍ତୀ ପାଳିତ

author img

By

Published : Nov 27, 2020, 10:22 PM IST

‘କବିତୀର୍ଥ’ ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲା ସାନପଦର ଗ୍ରାମରେ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ରାଜସୁନାଖଳାରେ ଭକ୍ତ ଚରଣ କ୍ଲବରେ ପ୍ରତିବର୍ଷ 3 ଦିନ ଖୁବ ଧୁମଧାମରେ ଏହି ଜୟନ୍ତୀ ପାଳନ ହୋଇଥାଏ । ଅଧିକ ପଢନ୍ତୁ...

ବୈଷ୍ଣବ କବି ଭକ୍ତ ଚରଣ ଦାସଙ୍କ ଜନ୍ମଜୟନ୍ତି ପାଳିତ

ନୟାଗଡ଼: ସରଳ ସାବଲୀଳ ପଦବିନ୍ୟାସ ମଧ୍ୟରେ ଭାଷାର କୋମଳତାକୁ ସଙ୍ଗୀତରେ ପରଶି ଦେଇ ବୈଷ୍ଣବ ଚେତନାକୁ ବିସ୍ତାରିତ କରି ଆସିଥିବା ଓଡ଼ିଆ ସାହିତ୍ୟ ଆକାଶର ଉଜ୍ଜ୍ୱଳ ତାରକା ବୈଷ୍ଣବ କବି ଭକ୍ତଚରଣ ଦାସ । ତାଙ୍କର ପୁଣ୍ୟତିଥି ଉଭୟ ଜନ୍ମ ମାଟି ଏବଂ କର୍ମ ଭୂମିରେ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l

ନୟାଗଡ଼ ଜିଲ୍ଲା ରାଜସୁନାଖଳା, ଭକ୍ତ ଚରଣଙ୍କ କର୍ମ ତଥା ସାଧନା ଭୂମି ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର କବିତୀର୍ଥ ଭାବେ ପରିଚିତ ସାନପଦର ଗ୍ରାମ ତାଙ୍କର ଜନ୍ମ ଭୂମି ଅଟେ l ଉଭୟ ଗ୍ରାମ ଭକ୍ତ ଚରଣ ଦାସଙ୍କୁ ନେଇ ଗର୍ବ କରନ୍ତି l ଉଜ୍ଜ୍ୱଳ ପ୍ରତିଭା, ବୈଷ୍ଣବ ଚିନ୍ତା-ଚେତନା କାନନର ଅନନ୍ୟ ସନ୍ଥ, ଓଡ଼ିଆ ସାରସ୍ଵତ ବାଣୀ ଭଣ୍ଡାରର ମୂର୍ଦ୍ଧନ୍ୟ ପ୍ରତିଭା ତଥା ମଥୁରା ମଙ୍ଗଳ କାବ୍ୟ, ମନବୋଧ ଚଉତିଶା କାବ୍ୟ, କଳା କଳେବର ଚଉତିଶା, ଗୋପ ମଙ୍ଗଳ କାବ୍ୟ ଓ ବୈଦ୍ୟ ଶାସ୍ତ୍ର ପରି କାଳଜୟୀ କୃତିର ଯଶସ୍ଵୀ ସ୍ରଷ୍ଟା "ବୈଷ୍ଣବ କବି ଭକ୍ତଚରଣ ଦାସ"ଙ୍କୁ ସମସ୍ତେ ଝୁରୁଛନ୍ତି l ନୟାଗଡ଼ ଜିଲ୍ଲା ରାଜସୁନାଖଳାରେ ଭକ୍ତ ଚରଣ କ୍ଲବରେ ପ୍ରତିବର୍ଷ 3 ଦିନ ଖୁବ ଧୁମଧାମରେ ଏହି ଜୟନ୍ତୀ ପାଳନ ହୋଇଥାଏ l କିନ୍ତୁ, ଚଳିତ ବର୍ଷ କରୋନା ସତ୍ତ୍ବେ ନିରାଡ଼ମ୍ବର ଭାବେ ପାଳିତ ହୋଇଛି ଏହି ଜୟନ୍ତୀ l ରାଜସୁନାଖଳା ବୃନ୍ଦାବନ ଚନ୍ଦ୍ର ଦେବଙ୍କ ପୀଠ ଭକ୍ତ ଚରଣଙ୍କ ସାଧନା ପୀଠ ଥିଲା l କୁହାଯାଏ ଏହି ଠାରୁ ସିଦ୍ଧି ପ୍ରାପ୍ତ ହୋଇ ମଥୁରା ମଙ୍ଗଳ ଏବଂ ମନବୋଧ ଚଉତିଶା ଭଳି କାଳଜୟୀ କାବ୍ୟ ରଚନା କରି ଜନ ମାନସରେ ଚିର ଦିନ ପାଇଁ ସେ ରହିଯାଇଛନ୍ତି l

‘କବିତୀର୍ଥ’ ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲା ସାନପଦର ଗ୍ରାମରେ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଭକ୍ତ ଚରଣ ସ୍ମାରକୀ କମିଟି ସଭାପତି ରାଜକିଶୋର ବ୍ରହ୍ମା ଏବଂ ସମ୍ପାଦକ ଶ୍ରୀକାନ୍ତ କୁମାର ନାୟକଙ୍କ ତତ୍ୱାବଧାନରେ ସ୍ମାରକୀ ସମାରୋହ ହୋଇଥିଲା l ସାନପଦରରେ ମଧ୍ୟ ପ୍ରତିବର୍ଷ ଆଡମ୍ବର ସହକାରେ ପାଳନ ହେଉଥିଲା କିନ୍ତୁ, ଚଳିତ ବର୍ଷ କରୋନା ଯୋଗୁଁ କେବଳ ଵିଧି ରକ୍ଷା ପାଇଁ ଜନ୍ମ କୁଟିର ଓ ସାଧନା ପୀଠ ରାଧା ମୋହନ ମନ୍ଦିର, ସାନମଠ ଓ ବଡ଼ ମଠରେ ପୁଜାର୍ଚ୍ଚନା, ଭଜନ କୀର୍ତ୍ତନ ସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଏହି ସମୟରେ ଅଧ୍ୟାପକ ତ୍ରିଲୋଚନ ସାହୁଙ୍କ ସମେତ ବହୁ ଶିକ୍ଷାବିତ ପ୍ରମୁଖ ଉପସ୍ଥିତ ଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.