ETV Bharat / state

ଉପର ମଣିନାଗକୁ ହେବ ରୋପ ୱେ: ସୁରମା ପାଢ଼ୀ

author img

By

Published : Oct 7, 2022, 8:49 PM IST

ନୟାଗଡ଼ ଜିଲ୍ଲା ରଣପୁରର ପ୍ରସିଦ୍ଧ ମା’ ମଣିନାଗ ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଆଗେଇ ନେଉଛି IOCL । ତେବେ ଏଠରେ ଗତକାଲି (ଗୁରୁବାର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କରିଥିବା ବେଳେ ଉପର ମଣିନାଗକୁ ରୋପ ୱେ ପାଇଁ ଯୋଜନା ରହିଥିବା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢ଼ୀ । ଅଧିକ ପଢ଼ନ୍ତୁ

ଉପର ମଣିନାଗକୁ ହେବ ରୋପ ୱେ: ସୁରମା ପାଢ଼ୀ
ଉପର ମଣିନାଗକୁ ହେବ ରୋପ ୱେ: ସୁରମା ପାଢ଼ୀ

ନୟାଗଡ଼: ରଣପୁରର ପ୍ରସିଦ୍ଧ ମା’ ମଣିନାଗ ପୀଠର ସୌନ୍ଦର୍ଯ୍ୟକରଣ କରାଯାଇଛି । ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି । ତେବେ ଏହି ପୀଠର ଉପର ମଣିନାଗକୁ ରୋପ ୱେ ପାଇଁ ଯୋଜନା ରହିଥିବା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢ଼ୀ ।

ଉପର ମଣିନାଗକୁ ହେବ ରୋପ ୱେ: ସୁରମା ପାଢ଼ୀ

ଗତକାଲି ରଣପୁରର ପ୍ରସିଦ୍ଧ ମା’ ମଣିନାଗ ପୀଠରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ଆଇଓସିଏଲ ମାନବ ସଂସାଧନ ନିର୍ଦେଶକ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମଣିନାଗ ପୀଠର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହି ପୀଠର ଉପର ମଣିନାଗରେ ରୋପ ୱେ ପାଇଁ ବାରମ୍ବାର ଦାବି ହୋଇଆସୁଥିବା ବେଳେ ଏନେଇ ଯୋଜନା ରହିଛି ଓ ଆଗାମୀ ଦିନରେ ରୋପ ୱେ ସହ ଯାତ୍ରୀ ନିବାସ କରାଯିବାକୁ ଯୋଜନା ରହିଥିବା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସୁରମା ପାଢ଼ୀ ।

ଏହା ମଧ୍ୟ ପଢନ୍ତୁ: ତନ୍ତ୍ର ପୀଠ ତଳ ମଣିନାଗ : ଦିନେ ପଡୁଥିଲା ନରବଳି, ଏବେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ରଣପୁରର ପର୍ଯ୍ୟଟନସ୍ଥଳ ତଳ ମଣିନାଗ ପୀଠ ଏବଂ ଉପର ମଣିନାଗ । ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସିଥାନ୍ତି । ମନୋରମ ପ୍ରାକୃତିକ ପରିବେଶର ମଜା, ଭୋଜିଭାତ ଏବଂ ବିବାହ ଆଦି କାର୍ଯ୍ୟକ୍ରମ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ । ତେଣୁ ଏହି ପୀଠର ଉନ୍ନତି ପାଇଁ ଦାବି ହୋଇ ଆସୁଥିଲା । ରୋପ ୱେ ସହ ଯାତ୍ରୀ ନିବାସ କରାଗଲେ ଯାତ୍ରୀ ମାନେ ଏହାର ସୁବିଧା ପାଇପାରନ୍ତେ । ରୋପ ୱେ ସ୍ଥାପନ ଦ୍ୱାରା ତଳ ମଣିନାଗରୁ ଉପର ମଣିନାଗକୁ ଯାତାୟାତ ସୁବିଧା ହୋଇପାରିବ । ବିଶେଷ ଭାବରେ ରୋପ ୱେ ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି ।

ଏହା ମଧ୍ୟ ପଢ଼ନ୍ତୁ..ନୟାଗଡ ମଣିନାଗ ପୀଠରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଇଣ୍ଡିଆନ ଅଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପାଖାପାଖି 1 କୋଟି 67 ଲକ୍ଷ ଟଙ୍କା ବ୍ୟୟରେ ମଣିନାଗ ପୀଠରେ 100 ଫୁଟ ଲମ୍ବ ଓ 40 ଫୁଟ ଓସାର ବିଶିଷ୍ଟ ଗୋଷ୍ଠୀ କେନ୍ଦ୍ର ସମେତ ଆନ୍ୟାନ୍ୟ ଆନୁଷଙ୍ଗିକ କାମ ସମ୍ପୂର୍ଣ୍ଣ କରାଯାଇଛି । ଏଠାରେ ବିଦ୍ୟୁତ୍ ଏବଂ ପାନୀୟ ଜଳ ସୁବିଧା ସାଙ୍ଗକୁ ଶୌଚାଳୟ ସୁବିଧା ରହିଛି । 14 ଗୋଟି ସୋଲାର ଲାଇଟ୍ ଦ୍ୱାରା ତଳ ମଣିନାଗ ମନ୍ଦିର ପରିସରର ଆଲୋକିକରଣ ସାଙ୍ଗକୁ ମଣିନାଗ ପୀଠର ଅଧପନ୍ତରିଆ ଭାବେ ଥିବା ତୋରଣର କାମ ପୂର୍ଣ୍ଣାଙ୍ଗ ହୋଇଛି । ଉପର ମଣିନାଗ ମନ୍ଦିର ପରିସରର ଆଲୋକିକରଣ ପାଇଁ ଗୋଟିଏ ହାଇ ମାଷ୍ଟ ଲାଇଟ୍ ଟାୱାର ଓ ଚାରୋଟି ଫୋକସ୍ ଲାଇଟର ବ୍ୟବସ୍ଥା କରାଯାଇଛି । ଏହି ସୁବିଧା ଦ୍ୱାରା ପର୍ଯ୍ୟଟକମାନେ ବିଶେଷ ଉପକୃତ ହେବେ ।

ପୀଠକୁ ଆଗାମୀ ଦିନରେ ଅନେକ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇବ । ରଣପୁରବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ପ୍ରାକୃତିକ ମନୋରମ ପରିବେଶରେ ମଣିନାଗ ପୀଠର ସୌନ୍ଦର୍ଯ୍ୟକରଣ ହୋଇଛି । ତେବେ ପାହାଡ଼ ଉପରେ ଏକ ରୋପ ୱେ ନିର୍ମାଣ କରାଗଲା ପର୍ଯ୍ୟଟନ ମାନଚିତ୍ରରେ ଏହି ସ୍ଥାନର ଗୁରୁତ୍ବ ବୃଦ୍ଧି ପାଇବ । ଉପର ମଣିନାଗକୁ ଯାତାୟାତ କରିବାକୁ ସୁବିଧା ହେବ । ଫଳରେ ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । କେନ୍ଦ୍ର ସରକାରଙ୍କ ସହାୟତାରେ ରୋପ ୱେ ନିର୍ମାଣ ପାଇଁ ଉଦ୍ୟମ କରାଯାଉଛି । ରାଜ୍ୟ ସରକାର ମଧ୍ୟ ଏଥିପାଇଁ ସହଯୋଗର ହାତ ବଢ଼ାଇବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.