ETV Bharat / state

SIT ଉପରେ ଛାତ୍ରଙ୍କ ସାଙ୍ଘାତିକ ଅଭିଯୋଗ, କହିଲେ ‘ହତ୍ୟା ସ୍ବୀକାର ପାଇଁ ବାଧ୍ୟ କରୁଛନ୍ତି ବୋଥ୍ରା’

ପରୀ ହତ୍ୟାକାଣ୍ଡ ଘଟଣା । ଗଣମାଧ୍ୟମ ସାମ୍ନାରେ ଏସଆଇଟି ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଜଣେ ଛା‌ତ୍ର । ଅଧିକ ପଢନ୍ତୁ...

SIT ଉପରେ ଛାତ୍ରଙ୍କ ସାଙ୍ଘାତିକ ଅଭିଯୋଗ
SIT ଉପରେ ଛାତ୍ରଙ୍କ ସାଙ୍ଘାତିକ ଅଭିଯୋଗ
author img

By

Published : Dec 14, 2020, 1:54 PM IST

ନୟାଗଡ: ପରୀ ହତ୍ୟାକାଣ୍ଡ ଘଟଣାରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଜଣେ ଛା‌ତ୍ରଙ୍କ ଉପରେ ତଦନ୍ତ କରୁଛି l ଉକ୍ତ କଲେଜ ଛାତ୍ର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି l ଏଥିସହିତ ଛାତ୍ର ଜଣକ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି l ପରୀଙ୍କ ଗାଁ ଯଦୁପୁରର ଏହି ଛାତ୍ର ହେଉଛନ୍ତି ସରୋଜ କୁମାର ସେଠୀ (୧୮) l ତାଙ୍କ ଅଭିଯୋଗ ଅନୁଯାୟୀ, ଏସଆଇଟି ମୁଖ୍ୟ ଶ୍ରୀ ବୋଥ୍ରା, ନାବାଳିକା ପରୀକୁ ହତ୍ୟା କରିଥିବା ସ୍ବୀକାର କରିବାକୁ ତାଙ୍କୁ ପ୍ରବର୍ତ୍ତାଉଛନ୍ତି । କେବଳ ସେତିକି ନୁହେଁ, ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ ମାମଲ‌ାରେ ଯେଭଳି ୪ ଜଣ ଫାଶୀ ପାଇଲେ, ନାବାଳକ ଦୋଷୀ ଜଣକ ଖସିଗଲେ ତାହାର ଉଦାହରଣ ଦେଇଛନ୍ତି । ବୋଥ୍ରା ଏ ସମ୍ପର୍କିତ ନ୍ୟୁଜ କ୍ଲିପିଂ ଦେଖାଇ ଛାତ୍ର ଜଣଙ୍କୁ ପରୀ ହତ୍ୟା ସ୍ବୀକାର କରିବାକୁ ବାଧ୍ୟ କରୁଛନ୍ତି ।

SIT ଉପରେ ଛାତ୍ରଙ୍କ ସାଙ୍ଘାତିକ ଅଭିଯୋଗ

‘ତୋ ବୟସ ୧୮ ବର୍ଷ ହୋଇଥିଲେ ମଧ୍ୟ ଆମେ କାଗଜପତ୍ରରେ ୧୭ ବର୍ଷ ଦେଖାଇବୁ, ତୁ ବାଳ ସୁଧାର ଗୃହରେ ୩ ବର୍ଷ ରହିବା ପରେ ମୁକ୍ତି ପାଇବୁ, ତତେ ୫ ଲକ୍ଷ ଟଙ୍କା ମିଳିବ’ ବୋଲି ପ୍ରଲୋଭନ ଦେଖାଇଥିବା ଛାତ୍ରଜଣକ ଗଣମାଧ୍ୟମ ଆଗରେ କହିଛନ୍ତି। ଶ୍ରୀ ବୋଥ୍ରା ଓ ତାଙ୍କ ଟିମ ଅଯଥାରେ ଆମକୁ ବଦନାମ ଓ ଭୟଭୀତ କରୁଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଏଥିସହିତ ସରୋଜ କହିଛନ୍ତି, ‘ଏସଆଇଟି ଜବତ କରିଥିବା ମୋବାଇଲ ମୋର ନୁହେଁ l ଏହା ମୋ ଦିଦିର, ସେଥିରେ କୌଣସି ଏକ ଫୋଲଡରରେ ଲକ ପଡ଼ିଯାଇଛି। ଏହା କୌଣସି ଉପାୟରେ ପଡି ଯାଇଥିବା ଦିଦି କିମ୍ବା ମୁଁ ଜାଣିନାହୁଁ । ମୋବା‌ଇଲରେ ସେଭଳି କିଛି ଜିନିଷ ନାହିଁ। ଏସଆଇଟି ୨ ତାରିଖରେ ମୋବାଇଲ ଜବତ କରିଥିବା ବେଳେ, ୬ ତାରିଖରେ ପାସୱାର୍ଡ ଫିଟାଇବାକୁ ଆସି ନାଟକ କରିଥିଲା l

ଉକ୍ତ ଛାତ୍ର ଜଣକ ପରୀର ପଡ଼ୋଶୀ ଘରର ହୋଇଥିବା ବେଳେ, ପରୀ ବେ‌ଳେ ବେଳେ ତାଙ୍କ ଘରକୁ ଆସିଥାଏ, ତାଙ୍କ ଭଉଣୀଙ୍କ ନିକଟରେ ଖେଳାଖେଳି କରିଥାଏ l ପରୀ ହତ୍ୟାରେ ସେମାନଙ୍କୁ ଅଯଥା ବଦନାମ କରାଯାଉଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ସରୋଜ l ଆହୁରି ମଧ୍ୟ କହିଛନ୍ତି ଯେ , ‘ମତେ ଅଯଥାରେ ବଦନାମ କରିବାକୁ ଏସଆଇଟି ଆମ ଘରେ ୩ ଥର ଚଢଉ କରିବା ସହିତ, ମୋର ପ୍ୟାଣ୍ଟ, ସାର୍ଟ ଆଦି ନେଇଯିବା ସହିତ, ଗାଁ’ ସଭାପତିଙ୍କୁ ଡକାଇ ମୋର ମାନହାନୀ କରାଯାଉଛି ’ ଏସଆଇଟି ୨ ତାରିଖରେ ମତେ ସର୍କିଟ ହାଉସ ନେଇ ଜେରା କରିଥିଲା। ଖାଇବା ପିଇବାକୁ ଦେଇଥିଲେ, କିନ୍ତୁ ମାନସିକ ଭାବେ ନିର୍ଯାତନା ଦେଇଥିବା କହିଛନ୍ତି l ସରୋଜଙ୍କ ଏଭଳି ବୟାନ ପରେ ଏସଆଇଟି ତଦନ୍ତକୁ ନେଇ ସନ୍ଦେହ ପ୍ରକାଶ ପାଇଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.