ETV Bharat / state

କାସିଆ ପାହାଡ଼କୁ ଲଣ୍ଡା କଲେଣି ପଥର ମାଫିଆ, ପ୍ରତିବାଦ କଲେ ମିଳୁଛି ହତ୍ୟା ଧମକ

ପ୍ରାକୃତିକ ସମ୍ପଦ ହେଉଛି ହରିଲୁଟ । କାସିଆ ପାହାଡ଼ ଏବେ ଧ୍ୱଂସାବିମୁଖୀ l କୁମ୍ଭକର୍ଣ୍ଣ ନିଦ୍ରାରେ ନୟାଗଡ଼ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ....

author img

By

Published : Sep 12, 2021, 2:02 PM IST

Updated : Sep 12, 2021, 5:16 PM IST

କାସିଆ ପାହାଡ଼କୁ ଲଣ୍ଡା କଲେଣି ପଥର ମାଫିଆ : ଚୁପ ବସିଛି ଜିଲ୍ଲା ପ୍ରଶାସନ

ନୟାଗଡ: ପ୍ରାକୃତିକ ସମ୍ପଦ ହେଉଛି ହରିଲୁଟ । ନୟାଗଡ଼ ଜିଲ୍ଲା ଭାପୁର ତହସିଲ ଅଧିନ ବାଘୁଆପଲ୍ଲୀ ଏବଂ ନିମାଣି ଗାଁ ନିକଟରେ ଥିବା କାସିଆ ପାହାଡ଼ ଏବେ ଧ୍ୱଂସାବିମୁଖୀ l ଜିଲ୍ଲାର ବୃହତ୍ତ ଖଣି ହେଉଛି ଏହି କାସିଆ ପାହାଡ଼ l ଦିନ ରାତି ବ୍ଲାଷ୍ଟିଙ୍ଗ କରି ପଥର ଖଣି ଲୁଟୁଛନ୍ତି ମାଫିଆ l ହେଲେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ନୟାଗଡ଼ ଜିଲ୍ଲା ପ୍ରଶାସନ l କାର୍ଯ୍ୟାନୁଷ୍ଠାନ ନେବାକୁ, ସତେ ଯେମିତି ଜିଲ୍ଲା ପ୍ରଶାସନ ପାଖେଜୁ ନାହିଁ l ଲୋକେ ଏହାର ପ୍ରତିବାଦ କଲେ ମିଳୁଛି ହତ୍ୟା ଧମକ l ଖଣି ମାଫିଆ ସରପଞ୍ଚ ମାନଙ୍କୁ ଵି ହତ୍ୟା ଧମକ ଦେବାକୁ ପଛାଉନାହାଁନ୍ତି l

ସବୁଜ ବନାନୀ ପାହାଡ଼ ଆଜି ଛାରଖାର ହେଲାଣି l ଜଙ୍ଗଲ ଜମିକୁ ଲୁଟି ପଦା କଲେଣି ମାଫିଆ l ଶହଶହ ଟ୍ରିପ ପଥର ଲୁଟ କରି ପାହାଡ଼କୁ ଲଣ୍ଡା କଲେଣି l ଦିନ ରାତି ବ୍ଲାଷ୍ଟିଙ୍ଗ କରି ଏଇ ପାହାଡ଼ରୁ, ଶହ ଶହ ଟ୍ରିପ ପଥର ସ୍ଥାନୀୟ କ୍ରସର ୟୁନିଟକୁ ଚାଲାଣ କରାଯାଉଛି l ନିଲାମଧାରୀ ନିର୍ଦ୍ଧାରିତ ସ୍ଥାନ ଠାରୁ ଢ଼େର ଅଧିକା ଜଙ୍ଗଲ ଜମି ପଦା କରି ପଥର ଖନନ କରୁଥିବା ଅଭିଯୋଗ ହୋଇଛି l ଫଳରେ ଏପଟେ ଚାଷ ଜମି ନଷ୍ଟ ହେବା ସହ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର l ପଥର ଗୁଣ୍ଡ ଉଡି ଜମିର ଉର୍ବରତା ନଷ୍ଟ ହେବା ସହ ବିସ୍ଫୋରଣରେ ଗାଁରେ ସୃଷ୍ଟି ହେଉଛି କୃତ୍ରିମ ଭୂକମ୍ପ l ଅନେକ ଘର କାନ୍ଥ ଫାଟି ଆଁ କଲାଣି l ଗାଁ ରାସ୍ତାକୁ ଛାରଖାର କଲାଣି ଶହ ଶହ ଓଭର ଲୋଡ଼ ହାଇୱା l

ସେପଟେ, ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ସରପଞ୍ଚ l ସ୍ଥାନୀୟ ଅଞ୍ଚଳରେ ଆତଙ୍କରାଜ ଚଳାଇଛନ୍ତି ପଥର ମାଫିଆ l ତେବେ ଖଣି ବନ୍ଦ କରାଯିବା ସହ କ୍ଷତିପୂରଣ ଆଦାୟ କରାଯିବ ବୋଲି ନୟାଗଡ଼ ଡିଏଫଓ କହିଛନ୍ତି l ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ଏହି ପଥର ମାଫିଆ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହସ ଜୁଟାଇ ପାରୁନଥିବା ଅଭିଯୋଗ ହୋଇଛି l ଅନ୍ୟପଟେ, ଏଡିଏମ ବିଧାନଚନ୍ଦ୍ର ରାୟ କିଛି ଜାଣିନଥିବା କହିଥିବା ବେଳେ, ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନୟାଗଡ଼ ଜିଲ୍ଲାପାଳ l ଖଣିକୁ ବନ୍ଦ କରିବା ସହ ପଥର ମାଫିଆଙ୍କ ଠାରୁ କ୍ଷତିପୂରଣ ଆଦାୟ ପାଇଁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ । ନଚେତ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Sep 12, 2021, 5:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.