ଭୁବନେଶ୍ବର: ରାଜ୍ୟରେ ବେଧଡକ ଚାଲିଛି ନିଶା କାରବାର । ନୂଆନୂଆ ପନ୍ଥା ଆପଣାଇ ନିଶା ବେପାରରେ ମାଫିଛନ୍ତି ମାଫିଆ । ଗଞ୍ଜେଇ, ଡ୍ରଗ୍ସ, ବାଉନସୁଗାର ବିକ୍ରିକରି ମାଲାମାଲ ହେଉଛନ୍ତି ନିଶା ବେପାରୀ । ଆଉ ଏହି ନିଶା ସେବନ କରି ଆପରାଧିକ କାଣ୍ଡ ଘଟାଉଛନ୍ତି ବୟସ୍କଠାରୁ ଆରମ୍ଭ କରି ଯୁବପିଢି । ନିଶା ବେପାର ରୋକିବାକୁ ପୋଲିସ ପକ୍ଷରୁ ଯେତେ ପ୍ରଚେଷ୍ଟା କରାଗଲେ ବି ଥମୁନି ନିଶା କାରବାର । ନିଶା କାରବାରରେ ଜେଲ୍ ଯାଇ ବେଲରୁ ଆସିବା ପରେ ମଧ୍ୟ ପୁଣି ନିଶା କାରବାର ଚଳାଇଛନ୍ତି ନିଶା ମାଫିଆ ।
ନୟଗଡରୁ ପୁଣି ଜଣେ ନିଶା ବେପାରୀକୁ ଗିରଫ କରିବା ସହ ଗୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି STF । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି ଫୁଲ ବ୍ୟବସାୟୀ ହରପ୍ରସାଦ ପୃଷ୍ଟି ଓରଫ ଶିବ ବୋଲି ଜଣାପଡିଛି। ଫତେଗଡ ନାରାୟଣ ପୀଠରେ ବ୍ରାଉନସୁଗାର ଡିଲ ହୋଇଥିବା ନେଇ STF ଖବର ପାଇଥିଲା । ଏହାପରେ ଉକ୍ତ ସ୍ଥାନରେ ଚଢାଉ କରି ୧କେଜି ୧୯୦ ଗ୍ରାମର ବ୍ରାଉନସୁଗାର ନେଇ ଯାଉଥିବା ଜଣେ ଫୁଲ ସଜାଳିକୁ ଗିରଫ କରିଥିଲା STF ଟିମ୍। । ଏହି ଘଟଣାର ଅନ୍ୟ ସହଯୋଗୀ ଖସିଯାଇଥିବା ବେଳେ STF ତଦନ୍ତ ଜାରି ରଖିଛି । ଜବତ ବ୍ରାୁନସୁଗାରର ମୂଲ୍ୟ ଏକ କୋଟି ଟହ୍କା ହେବା ନେଇ ଅନୁମାନ କରଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ଫେରାର ଥିବା ଅଭିଯୁକ୍ତ ଜଣଙ୍କ ହେଉଛି ଜଣେ ଜେଲ ଫେରନ୍ତା । ସେ ଜଣେ ଅଟୋ ଡ୍ରାଇଭର ହୋଇଥିବା ବେଳ ପୁର୍ବରୁ ମଧ୍ୟ ସେ ବ୍ରାଉନସୁଗାର କାରବାର ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲା । ଜେଲ୍ରୁ ବାହାରି ସେ ତାର ସହଯୋଗୀ ଶିବ ଜରିଆରେ ଚଳାଇଥିଲା କାରବାର । ଏପରିକି ଖୋର୍ଦ୍ଧା ଅଞ୍ଚଳରୁ ଜଣେ ବେପାରୀଠାରୁ ଏପରି କାରବାର କରୁଥିବା STF ଜାଣିବାକୁ ପାଇଛି।
ଏନେଇ STF ତଦନ୍ତ ଜାରି ରଖିଥିବା ବେଳେ ଖୋର୍ଦ୍ଧା ନୟଗଡ ଅଞ୍ଚଳରୁ ବଡ଼ ବେପାରୀଙ୍କୁ ପୁର୍ବରୁ ଗିରଫ କରାଯାଇଥିଲା । ତେବେ କିଏ ଏମାନଙ୍କୁ ଏତେ ପରିମାଣର ବ୍ରାଉନସୁଗାର ଯୋଗାଉଛି ସେନେଇ STF ମଧ୍ୟ ସର୍ଚ୍ଚ ଚଳାଇଛି । କେଉଁ ନୂଆ ନେଟୱର୍କ ଆକ୍ଟିଭ ହୋଇଛି ? କିଏ ଏମାନଙ୍କୁ ଡ୍ରଗ୍ସ ଯୋଗାଉଛି ? ଏହାର ମାଷ୍ଟର ମାଇଣ୍ଡ କିଏ ତାହା ଏବେ STF ପାଇଁ ଏକ ଚିନ୍ତଜନକ ବିଷୟ ହୋଇଛି।
ନିକଟରେ ଭୁବନେଶ୍ବରରୁ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଥିଲା । ବନ୍ଧୁକ ରଖି ବ୍ରାଉନସୁଗାର ବେପାର ଚଳାଇଥିବା ଜଣେ ପୋଶାଦାର ନିଶା ବେପାରୀକୁ ଗିରଫ କରିଥିଲା ଭରତପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ପାପୁନ ପ୍ରଧାନ । ଅଭିଯୁକ୍ତଙ୍କଠାରୁ ମୋଟ ୧୨ଗ୍ରାମ ଓଜନର ବ୍ରାଉନସୁଗାର ସହିତ ଗୋଟିଏ ୭.୬୫MM ରିଭଲଭର ଜବତ କରିଥିଲା ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର