ETV Bharat / state

SIT ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠାଇଲେ ରାଜ୍ୟ ବିଜେପି ସଭାପତି - pari sit probe

ପ୍ରଶ୍ନ ଘେରରେ SIT ତଦନ୍ତ । ପରୀକୁ ନ୍ୟାୟ ଦାବିରେ ନୟାଗଡ଼ରେ ପହଞ୍ଚିଛି ବିଜେପିର ବିଶାଳ ପଦଯାତ୍ରା l ଅଭିଯୁକ୍ତ ସରୋଜ ଜଣେ ନିର୍ଦ୍ଦୋଷ କହିବା ସହ ସ୍ବଚ୍ଛତା ଦୃଷ୍ଟିରୁ ଏହି ଘଟଣା ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି ।

SIT ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠାଇଲେ ରାଜ୍ୟ ବିଜେପି ସଭାପତି

author img

By

Published : Dec 24, 2020, 9:31 PM IST

ନୟାଗଡ: ପରୀକୁ ନ୍ୟାୟ ଦାବିରେ ନୟାଗଡ଼ରେ ପହଞ୍ଚିଛି ବିଜେପିର ବିଶାଳ ପଦଯାତ୍ରା l ନୟାଗଡ଼ ବସ ଷ୍ଟାଣ୍ଡରେ ପଥପ୍ରାନ୍ତ ସଭାରେ ସାମିଲ ହୋଇଥିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପରୀ ହତ୍ୟାକାଣ୍ଡ ଉପରେ ସେ ଅନେକ ପ୍ରଶ୍ନ ଉଠାଇଛନ୍ତି । ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସରୋଜ ଜଣେ ନିର୍ଦ୍ଦୋଷ ବୋଲି ସେ କହିଛନ୍ତି । ସ୍ବଚ୍ଛତା ଦୃଷ୍ଟିରୁ ଏହି ଘଟଣା ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ।

SIT ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠାଇଲେ ରାଜ୍ୟ ବିଜେପି ସଭାପତି

ଏହା ବାଦ SIT ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ବିଜେପି ସଭାପତି ସମୀର ମହାନ୍ତି l ଅରୁଣ ବୋଥ୍ରାଙ୍କ ପୋଲିସ ପାୱାର ଅଛି କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ, ଓଡିଶା ହାଇକୋର୍ଟରେ ଯେଉଁ ବନ୍ଦ ଲଫାପା ଥିଲା ସେ ସିଲ୍ଡ ଏନଭଲପକୁ କିଏ ଡିସକ୍ଲୋଜ କଲା ତାହା ତଦନ୍ତ ପରିସର ଭୁକ୍ତ ହେବା ଦରକାର, ଅରୁଣ ସାହୁଙ୍କର ଯେଉଁ ଅଡିଓ ଭାଇରାଲ ହୋଇଥିଲା ତାହା ତଦନ୍ତ ପରିସରଭୂକ୍ତ କାହିଁକି ହେଲା ନାହିଁ, ବିଧାନସଭାରେ ଗୃହ ବିଭାଗର ମନ୍ତ୍ରୀ ଯେଉଁ ଉତ୍ତର ଦେଇଥିଲେ, ଶରୀର ଏପରି ନଷ୍ଟ ହୋଇଛି ଦୁଷ୍କର୍ମର ପ୍ରମାଣ କରାଯିବ ନାହିଁ ତାହାବି ଉତ୍ତର ଦିଆଯାଇନି । ଏଭଳି ଅନେକ ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି । ରାଜ୍ୟବାସୀ ତଦନ୍ତକୁ ନେଇ ପ୍ରଶ୍ନ କରିଛନ୍ତି ।

ତେଣୁ ବିଜେପି କୋଳ ଶୂନ୍ୟ ମା’ ବାପାଙ୍କୁ ନ୍ୟାୟ ପ୍ରଦାନ, ପରୀର ବାପା ମା'ଙ୍କ ନ୍ୟାୟ ପ୍ରଦାନ ନେଇ ବିଜେପି ବଜ୍ର ଶପଥ ନେଇଛି ବୋଲି ସେ କହିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.