ETV Bharat / state

ସାବାସ ରିନା, ବୋହୁ ସାଜିଛନ୍ତି ସମାଜସେବୀ - social-worker-rina-sahoo

ସର୍ବଗୁଣା ସମ୍ପର୍ଣ୍ଣା ଆଜିର ଝିଅ । ଘର ଚାରିକାନ୍ଥ ଭିତରେ ନରହି, ବିହଙ୍ଗ ପରି ମୁକ୍ତ ଆକାଶରେ ସେ ଉଡିବାକୁ ଚାହୁଁଛି । ନିର୍ଭରଶୀଳ ନହୋଇ ନିଜ ଗୋଡରେ ଠିଆହୋଇ ଅନ୍ୟକୁ ଆତ୍ମନିର୍ଭର ହେବାକୁ ସେ ଦେଉଛି ଗୁରୁମନ୍ତ୍ର । ସେମିତି ଜଣେ ଝିଅ ହେଉଛି ଆମର ରୀନା ବୋହୂ । ବାପ ଘର ନୟାଗଡ଼ ଜିଲ୍ଲା ଶରଣକୂଳ କିନ୍ତୁ ସେ ଏବେ ରାଜସୁନାଖଳାର ସୁନା ବୋହୂ l ଲକଡ଼ାଉନ୍ ତାଙ୍କୁ ସଜେଇ ଦେଇଛି ବୀରାଙ୍ଗନା l ଅଧିକ ପଢନ୍ତୁ...

ସାବାସ ରିନା, ବୋହୁ ସାଜିଛନ୍ତି ସମାଜସେବୀ
ସାବାସ ରିନା, ବୋହୁ ସାଜିଛନ୍ତି ସମାଜସେବୀ
author img

By

Published : Mar 9, 2021, 5:32 PM IST

ନୟାଗଡ: ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଓ ପ୍ରଶଂସା ପାଇଁ ସାରା ବିଶ୍ଵରେ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି l ଅନେକ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାଙ୍କୁ ଉତ୍ସାହିତ କରିଥାନ୍ତି ସମସ୍ତେ l ତେବେ ଉଚ୍ଚ ବେତନର ଇଞ୍ଜିନିୟରିଂ ଚାକିରୀ ଛାଡ଼ି କରୁଛନ୍ତି ସମାଜସେବା l ଆମେ କହୁଛୁ ନୟାଗଡ଼ ଜିଲ୍ଲା ରାଜସୁନାଖଳାର ବୋହୁ ରିନା ସାହୁ l ବାପ ଘର ନୟାଗଡ଼ ଜିଲ୍ଲା ଶରଣକୂଳ କିନ୍ତୁ ରାଜସୁନାଖଳାରେ ବିବାହ କରିଛନ୍ତି l ଆଉ ଲକଡ଼ାଉନ୍ ତାଙ୍କୁ ସଜେଇ ଦେଲା ବୀରାଙ୍ଗନା l

ସାବାସ ରିନା, ବୋହୁ ସାଜିଛନ୍ତି ସମାଜସେବୀ

ଲକଡାଉନରେ ଯେତେବେଳେ ସମସ୍ତେ ଘରେ ନିଜକୁ ସୁରକ୍ଷିତ ମଣୁଥିଲେ, ସେତେବେଳେ ସେ ମହାମାରୀ ରେ ନିଜ ଜୀବନକୁ ବାଜି ଲଗାଇ ଗରୀବ, ଅସହାୟ, ନିରାଶ୍ରୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବାକୁ ପଣ କରିଥିଲେ l ଆଉ ଏଥିପାଇଁ ଗଠନ କରିଥିଲେ "ପ୍ରିନ୍ସ ଫାଉଣ୍ଡେସନ " l ଏହି ସଂଗଠନ ମାଧ୍ୟମରେ ସ୍ଵେଚ୍ଛାସେବୀ ସଂଗ୍ରହ କରି ଆରମ୍ଭ କରିଥିଲେ ସମାଜସେବା l ଲକ୍ଷ୍ୟ ନିରାଶ୍ରୟ ଅସହାୟଙ୍କ ମୁହଁରେ ଟିକେ ହସ ଫୁଟାଇବା l ଲକଡାଉନରେ ଖାଦ୍ୟ ବାଣ୍ଟିଲା ବେଳେ ଲୋକଙ୍କ ଅସହାୟତା, ଗରୀବ, ଦୁଃଖ, ଯନ୍ତ୍ରଣାକୁ ସେ ଅତି ପାଖରୁ ଦେଖିଥିଲେ l ଏହା ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେ ଆଉ ପଛକୁ ଫେରି ନାହାଁନ୍ତି l

ଦିନ ରାତି ସବୁବେଳେ ସମାଜସେବା ପାଇଁ ଉଦ୍ୟତ ରୀନା l କିଏ ଯଦି ରୋଗରେ ପଡ଼ି ଯନ୍ତ୍ରଣା ଭୋଗୁଥିବା ଖବର ତାଙ୍କ କାନରେ ପଡ଼େ, ତାହେଲେ ସେ ତୁରନ୍ତ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରନ୍ତି l ରୋଗରେ ପଡ଼ିଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି l ନିଜ ସାଧ୍ୟ ମୁତାବକ ସହଯୋଗ କରିଥାନ୍ତି l "ପ୍ରିନ୍ସ ଫାଉଣ୍ଡେସନ " ର ସଦସ୍ୟ ମାନଙ୍କ ଠାରୁ ହିଁ ଅର୍ଥ ଆଦାୟ ହୋଇଥାଏ l ଆଉ ଏଥିରୁ ଆଦାୟ ଅର୍ଥକୁ ସେ ଅସହାୟ ରୋଗୀଙ୍କୁ ଦେଇଥାନ୍ତି l କେବଳ ସେତିକି ନୁହେଁ ମହିଳାଙ୍କୁ ସଶକ୍ତିକରଣ ପାଇଁ ଚଳାଇଛନ୍ତି ନିରନ୍ତର ପ୍ରୟାସ l

ଗାଁ ରେ ମହିଳା ମାନଙ୍କୁ ଏକାଠି କରି କିଭଳି ସେମାନେ ରୋଜଗାର କ୍ଷମ ହୋଇପାରିବେ ସେଥିପାଇଁ ପ୍ରଚେଷ୍ଟା ଚଳାଇଛନ୍ତି l ବୋହୁଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା କରୁଥିବା ବେଳେ ପରିବାର ଲୋକ ବେଶ ଖୁସି ଅଛନ୍ତି l ଏଭଳି ଜଣେ ପରୋପକାରୀ ବୋହୁ ପାଇ ବେଶ ଖୁସି ଥିବା ପରିବାର ଲୋକେ କୁହନ୍ତି l ଜଣେ ମହିଳା ହୋଇ ଘରର ଚାରିକୋଣରେ ଆବଦ୍ଧ ନ ରହି ସମାଜକୁ ବାହାରିଛନ୍ତି ଲୋକଙ୍କ ପାଇଁ କିଛି କରିବା ପାଇଁ ରୀନା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ନିଶ୍ଚୟ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.