ETV Bharat / state

ଇଣ୍ଡିଆନ ବ୍ୟାଙ୍କ ଶାଖାରେ ନାଗସାପ - ବ୍ୟାଙ୍କ

ନୟାଗଡ ଇଣ୍ଡିଆନ ବ୍ୟାଙ୍କ ଶାଖାରୁ ନାଗ ସାପ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : May 13, 2019, 9:03 PM IST

ନୟାଗଡ଼: ଗଣିଆ ବ୍ଲକ ଅନ୍ତର୍ଗତ ବେଲପାଟଣା ଇଣ୍ଡିଆନ ବ୍ୟାଙ୍କ ଶାଖା ମଧ୍ୟରେ ନାଗ ସାପ ଆତଙ୍କ । ସୋମବାର ସକାଳୁ ବ୍ୟାଙ୍କ ଭିତରେ ଏକ ନାଗ ସାପ ଶୋଇଥିବା ଦେଖି ବ୍ୟାଙ୍କ ଭିତରେ ଭୟର ବାତାବରଣ ଦେଖାଯାଇଥିଲା । ଏହାପରେ ସ୍ନେକ ହେଲ୍ପ ଲାଇନ କର୍ମଚାରୀ ଅଜୟ ପାଳ ଆସି ନାଗ ସାପଟିକୁ ଉଦ୍ଧାର କରି ଗଣିଆ ଜଙ୍ଗଲରେ ଛାଡ଼ି ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ସୂଚନାନୂଯାୟୀ, ସୋମବାର ସକାଳ ଠିକ 10ଟା ବେଳେ ବ୍ୟାଙ୍କ ଖୋଲିଥିଲେ କର୍ମଚାରୀ । କିନ୍ତୁ ଲିଙ୍କ ନଥିବାରୁ ବହୁତ ଲୋକ ଜମା ହୋଇରହିଥିଲେ । ଦିନ ପ୍ରାୟ 11ଟା ପରେ ଲିଙ୍କ ଆସିବାରୁ ବ୍ୟାଙ୍କ ଭିତରେ ଶତାଧିକ ଲୋକ ଗଦା ହୋଇ ରହିଥିଲେ । ତେବେ ବସିଥିବା ସିଟ ତଳେ ଏକ ସାପ ଶୋଇଥିବା ହଠାତ ଲୋକମାନେ ଦେଖିବାକୁ ପାଇଥିଲେ ।

ଏନେଇ ବ୍ୟାଙ୍କ ଭିତରେ କୋଳାହଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ତାହା ଏକ ନାଗ ସାପ ବୋଲି ଜଣାପଡିଲା । ଶେଷରେ ବାଧ୍ୟ ହୋଇ ବ୍ୟାଙ୍କ ବନ୍ଦ ରଖିଲେ କର୍ମଚାରୀ । ଏନେଇ ଫରେଷ୍ଟ ଅଫିସକୁ ଫୋନ କରିବାରୁ କେହି କର୍ମଚାରୀ ନଥିବା କହି ଫୋନ କାଟି ଦେଇଥିଲେ । ଏହାପରେ ସ୍ନେକ ହେଲ୍ପଲାଇନ କର୍ମଚାରୀ ଆସି ସାପକୁ ବାହାର କରିବା ପରେ ବ୍ୟାଙ୍କ କାମ ଆରମ୍ଭ ହୋଇଥିଲା ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.