ETV Bharat / state

ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ - Inappropriate Behaviour Of Teachers

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଡ଼ିମିରିପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ । ଅଧିକ ପଢନ୍ତୁ

ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁର୍ବବ୍ୟହାର ଅଭିଯୋଗ
ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁର୍ବବ୍ୟହାର ଅଭିଯୋଗ
author img

By

Published : Sep 13, 2022, 1:35 PM IST

ନୟାଗଡ: ଗୁରୁ-ଶିଷ୍ୟ ପବିତ୍ର ସମ୍ପର୍କରେ କଳଙ୍କ। ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଡ଼ିମିରିପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କ ନାମରେ ଏପରି ଅଭିଯୋଗ ହୋଇଛି । ଘଟଣାକୁ ପ୍ରତିବାଦ କରି ଧାରଣରେ ବସିଛନ୍ତି ଛାତ୍ରଛାତ୍ରୀ। ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ । ସୂଚନା ଅନୁଯାୟୀ, ସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ହିନ୍ଦୀ ଶିକ୍ଷକ ରବିନାଥ ଷଡ଼ଙ୍ଗୀଙ୍କ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।

ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁର୍ବବ୍ୟହାର ଅଭିଯୋଗ

ଛାତ୍ରଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି ଶିକ୍ଷକ । ଛାତ୍ରୀମାନଙ୍କୁ ଦୁର୍ବବ୍ୟହାର ମଧ୍ୟ କରୁଛନ୍ତି ଶିକ୍ଷକ ରବିନାଥ ଷଡ଼ଙ୍ଗୀ । ଏପରିକି କିଛି ଛାତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ଘରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ବେକରେ କରତ ଚଲାଇବା ଦେବେ ବୋଲି ମଧ୍ୟ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ଘଟଣାକୁ ନେଇ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ରଛାତ୍ରୀ । ପ୍ରତିବାଦରେ ରାସ୍ତାରୋକ ମଧ୍ୟ କରିଛନ୍ତି । ସ୍ଥାନୀୟ ପ୍ରଶାସନ ନୂଆଗାଁ ବ୍ଲକ ବିଡିଓ ପ୍ରମୋଦ କୁମାର ନାୟକ, ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ଏବଂ ଓଡଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ଶିକ୍ଷକ ରବିନାଥ ଷଡ଼ଙ୍ଗୀଙ୍କୁ ଚାକିରୀରୁ ନିଲମ୍ବିତ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହି ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିବା ସହ ସ୍କୁଲକୁ ପ୍ରବେଶ କରିଥିଲେ । ତେବେ ସମ୍ପୃକ୍ତ ଶିକ୍ଷକ କେବଳ ଏହି ସ୍କୁଲରେ ଏପରି କାଣ୍ଡ କରିନାହାନ୍ତି ବରଂ ପୂର୍ବରୁ ଅନେକ ବାର ଏହିପରି କରିଥିବା ନେଇ ଅଭିଯୋଗ ରହିଛି । ପ୍ରଶାସନର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେହେଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ...ବରଗଡ଼ରେ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

ନିକଟରେ ବଲାଙ୍ଗୀର ଦେଓଗାଁ ଥାନା ମୂର୍ଶିଂହ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ଵନାଥ ବୁଦ୍ଧିଆଙ୍କ ନାଁରେ ଏପରି ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିବା ସହ ଚାକିରିରୁ ନିଲମ୍ବିତ କରିଥିଲେ । ଶିକ୍ଷକ ପିଲାଙ୍କ ପଥ ପ୍ରଦର୍ଶକ ସାଜନ୍ତି । ଶିକ୍ଷକଙ୍କୁ ଇଶ୍ବର ଭାବେ ପୂଜା କରାଯାଏ । ହେଲେ ଏହି ପରି କିଛି ଶିକ୍ଷକଙ୍କ ପାଇଁ ଆଜି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲାଗୁଛି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.