ETV Bharat / state

ବିରଳ ପଦାର୍ଥ ସଂଗ୍ରହର ଅଧିକାରୀ ସଞ୍ଜୟ

ଦିନକୁ ଦିନ ହଜିଯିବାକୁ ବସିଛି ବିରଳ ପଦାର୍ଥ । ସଠିକ ରକ୍ଷଣାବେକ୍ଷଣ ଅଭାବରୁ ଏହି ସବୁ ପଦାର୍ଥ ଆମ ସମାଜରୁ ବିଲୁପ୍ତ ହୋଇଯିବାକୁ ବସିଛି । କିନ୍ତୁ ଏମିତି ଜଣେ ଯୁବ ପ୍ରତିଭା ଏସବୁ ପଦାର୍ଥକୁ ସାଇତି ରଖିବା ପାଇଁ ଲାଗିପଡିଛନ୍ତି । ଯୁବ ସଂଗ୍ରାହକ ସଞ୍ଜୟ ସାହୁ ତାର ନାମ ଦେଇଛନ୍ତି ଶ୍ରୀ ଜଗନ୍ନାଥ ଲାଇବ୍ରେରୀ ।

author img

By

Published : May 6, 2019, 3:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ନୟାଗଡ

ନୟାଗଡ: ଦିନକୁ ଦିନ ହଜିଯିବାକୁ ବସିଛି ବିରଳ ପଦାର୍ଥ । ସଠିକ ରକ୍ଷଣାବେକ୍ଷଣ ଅଭାବରୁ ଏହି ସବୁ ପଦାର୍ଥ ଆମ ସମାଜରୁ ବିଲୁପ୍ତ ହୋଇଯିବାକୁ ବସିଛି । କିନ୍ତୁ ଏମିତି ଜଣେ ଯୁବ ପ୍ରତିଭା ଏସବୁ ପଦାର୍ଥକୁ ସାଇତି ରଖିବା ପାଇଁ ଲାଗି ପଡିଛନ୍ତି । ଯୁବ ସଂଗ୍ର।ହକ ସଞ୍ଜୟ ସାହୁ ତାର ନାମ ଦେଇଛନ୍ତି ଶ୍ରୀ ଜଗନ୍ନାଥ ଲାଇବ୍ରେରୀ ।

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଦୁରୁଦୁରା ଗ୍ରାମର ସଞ୍ଜୟ । ପିଲାଦିନେ ମାଙ୍କ ଠାରୁ ପଇସା ନେଇ ସାଇତି ରଖୁଥିଲେ । ପରେ ପରେ ପୁରୁଣା ଜିନିଷ ଯାହା ପାଇଲେ, ତାକୁ ସାଇତି ରଖି ଏକ ଅନୁଷ୍ଠାନଟିଏ ଗଢିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ନୟାଗଡ

ଏବେ ତାଙ୍କ ଅନୁଷ୍ଠାନରେ ଦେଶ ବିଦେଶର ମୁଦ୍ରା, ଶହେରୁ ଅଧିକ ବିଭିନ ପ୍ରକାରର ଧନ, ପାଣିରେ ଭାସୁ ଥିବା ପଥର, ତାଳ ପତ୍ର, ଖଣିଜ ପଥର, ଧାତୁ, ବିଦେଶୀ ଡାକ ଟିକଟ ଠୁ ଆରମ୍ଭ କରି ଗାଁ ଗହଳିର ଚଳଣିରେ ବ୍ୟବହାର ହେଉଥିବା ଜିନିଷ ପତ୍ର ସବୁ ସାଇତା ହୋଇ ରହିଛି ।

ଏଥିସହିତ ହନୁମାନ ଟଙ୍କା, କଣା ପଇସା, ପୁରୁଣା ଟେଲିଫୋନ, ମାଟି ପାତ୍ର, ସାଇତା ହୋଇ ରହିଛି । ଯାହାକୁ ଦେଖିବା ପାଇଁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପିଲାମାନେ ଓ ବହୁ ବୁଦ୍ଧିଜୀବୀ ଆସନ୍ତି ।

ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଓ ପୂର୍ବତନ ଦଶପଲ୍ଲା ବିଧାୟକ ଆସି ଏହି ସଂଗ୍ରହାଳୟ ବୁଲି ଯାଇଛନ୍ତି । ସେଥିପାଇଁ ସଞ୍ଜୟଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଯୁବକଙ୍କ ପାଇଁ ପ୍ରେରଣା ପାଲଟିଥିବା ସଞ୍ଜୟ ଏବଂ ତାଙ୍କର ହାତ ଗଢ଼ା ଶ୍ରୀ ଜଗନ୍ନାଥ ପାଠାଗାର ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ଦିନକୁ ଦିନ ହଜିଯିବାକୁ ବସିଛି ବିରଳ ପଦାର୍ଥ । ସଠିକ ରକ୍ଷଣାବେକ୍ଷଣ ଅଭାବରୁ ଏହି ସବୁ ପଦାର୍ଥ ଆମ ସମାଜରୁ ବିଲୁପ୍ତ ହୋଇଯିବାକୁ ବସିଛି । କିନ୍ତୁ ଏମିତି ଜଣେ ଯୁବ ପ୍ରତିଭା ଅଛନ୍ତି ଏବେ ଲାଗିପଡିଛନ୍ତି ଏହି ସବୁ ଜିନିଷକୁ ସାଇତି ରଖିବା ପାଇଁ । ଆଉ ତାର ନାମ ଦେଇଛନ୍ତି ଶ୍ରୀ ଜଗନ୍ନାଥ ଲାଇବ୍ରେରୀ । ଯୁବ ସଂଗ୍ର।ହକ ସଞ୍ଜୟ ସାହୁ ।

Body:ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଦୁରୁଦୁରା ଗ୍ରାମ ର ସଞ୍ଜୟ ସାହୁ । ପିଲାଦିନେ ମାଙ୍କ ଠାରୁ ପାଇଶା ନେଇ ସାଇତି ରଖିଲେ, ପରେ ପରେ ପୁରୁଣା ଜିନିଷ ଯାହା ପାଇଲେ, ତାକୁ ସାଇତି ରଖିଲେ ଆଉ ଶ୍ରୀ ଜଗନ୍ନାଥଙ୍କ ନାମରେ ଅନୁଷ୍ଠାନଟିଏ ଗଢିଲେ । ଏବେ ତାଙ୍କ ଅନୁଷ୍ଠାନ ରେ ଦେଶ ବିଦେଶ ର ମୁଦ୍ରା, ଶହେ ରୁ ଅଧିକ ବିଭିନ ପ୍ରକାରର ଧନ, ପାଣିରେ ଭାସ ଥିବା ପଥର, ତାଳ ପତ୍ର, ଖଣିଜ ପଥର, ଧାତୁ, ବିଦେଶୀ ଡାକ ଟିକଟ ଠୁ ଆରମ୍ଭ କରି ଗାଁ ଗହଳିର ଚଳଣି ରେ ବ୍ୟବହାର ହେଉଥିବା ଜିନିଷ ପତ୍ର ସବୁ ସାଇତା ହୋଇ ରହିଛି । ଏଥି ସହିତ ହନୁମାନ ଟଙ୍କା, କଣା ପାଇଶା, ପୁରୁଣା ଟେଲିଫୋନ, ମାଟି ପାତ୍ର, ସାଇତା ହୋଇ ରହିଛି । ଯାହାକୁ ଦେଖିବାପାଇଁ ନୟାଗଡ଼ ଜିଲ୍ଲାର ବିଭିନ ଅଂଚଳର ପିଲାମାନେ , ବହୁ ବୁଦ୍ଧିଜୀବୀ ଆସନ୍ତି । ପୂର୍ବତନ କନ୍ଧମାଳ ସାଂସଦ ପ୍ରତୁଷା ରାଜେଶ୍ୱରୀ ସିଂ, ଓ ପୂର୍ବତନ ଦଶପଲ୍ଲା ବିଧାୟକ ଆସି ବୁଲି ଯାଇଛନ୍ତି । ସେଥିପାଇଁ ସଂଜୟଙ୍କୁ ବିଭିନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

Conclusion:ଯୁବକ ମାନଙ୍କ ପାଇଁ ପ୍ରେରଣା ପଲଟିଥିବା ସଞ୍ଜୟ ଏବଂ ତାଙ୍କର ହାତ ଗାଢ଼। ଶ୍ରୀ ଜଗନ୍ନାଥ ପାଠାଗାର ଏବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.