ETV Bharat / state

ରଣପୁର-ଚାନ୍ଦପୁର ରାସ୍ତା ଅବରୋଧ କଲେ ଚାଷୀ

author img

By

Published : Sep 21, 2020, 8:52 PM IST

ଏକ ନିର୍ମାଣାଧୀନ ପେଟ୍ରୋଲ ପମ୍ପ ମାଲିକ ସରକାରୀ ପାଣି ନାଳକୁ ପୋତି ଦେଇଥିବାରୁ, ବନ୍ୟା ସମୟରେ 70 ଏକର ଚାଷ ଜମି ଜଳମଗ୍ନ ହେବା ଅଭିଯୋଗ କରି ଚାଷୀମାନେ ଆନ୍ଦୋଳନ କରିଛନ୍ତି l

road strike by farmer over illegal activity by a petrol pump owner
ରଣପୁର-ଚାନ୍ଦପୁର ରାସ୍ତା ଅବରୋଧ କଲେ ଚାଷୀ

ନୟାଗଡ: ରଣପୁର-ଚାନ୍ଦପୁର ପୂର୍ତ୍ତ ରାସ୍ତାକୁ ଅବରୋଧ କଲେ ଚାଷୀ l ଖଣ୍ଡିସି ଛକ ନିକଟରେ ରାସ୍ତା ଉପରେ ଗର୍ଜିଲେ ଚାଷୀ l ଏକ ନିର୍ମାଣାଧୀନ ପେଟ୍ରୋଲ ପମ୍ପ ମାଲିକ ସରକାରୀ ପାଣି ନାଳକୁ ପୋତି ଦେଇଥିବାରୁ, ବନ୍ୟା ସମୟରେ 70 ଏକର ଚାଷ ଜମି ଜଳମଗ୍ନ ହେବା ଅଭିଯୋଗ କରି ଚାଷୀମାନେ ଆନ୍ଦୋଳନ କରିଛନ୍ତି l

ରଣପୁର-ଚାନ୍ଦପୁର ରାସ୍ତା ଅବରୋଧ କଲେ ଚାଷୀ

ପେଟ୍ରୋଲ ପମ୍ପ ମାଲିକ ପାଣି ନାଳ ପୋତିଥିବା ବିଷୟରେ ରଣପୁର ତହସିଲଦାରଙ୍କୁ ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଥିଲେ । ମାତ୍ର କୌଣସି ସୁଫଳ ମିଳି ନ ଥିଲା । ଫଳରେ ଏହାର ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଚାଷୀ । ଘଟଣା ସମ୍ପର୍କରେ ରଣପୁର ତହସିଲଦାରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ l ଅନ୍ୟପଟେ ତୁରନ୍ତ ଏହାର ସମାଧାନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.