ETV Bharat / state

ଲଗାଣ ବର୍ଷାରେ ଗଣିଆରେ ପଶିଲା ପାଣି, ଉପାସରେ ଶତାଧିକ ପରିବାର - ପରିବାର

ଲଘୁଚାପ ଜନିତ ବର୍ଷାରେ ବେହାଲ ନୟାଗଡ ଜିଲ୍ଲାର ଗଣିଆ ବ୍ଲକର ଶତାଧିକ ପରିବାର । ଅଧିକ ପଢନ୍ତୁ...

ଲଗାଣ ବର୍ଷାରେ ଗଣିଆ ବ୍ଲକର ସ୍ଥିତି ବେହାଲ
ଲଗାଣ ବର୍ଷାରେ ଗଣିଆ ବ୍ଲକର ସ୍ଥିତି ବେହାଲ
author img

By

Published : Sep 14, 2021, 10:12 AM IST

ନୟାଗଡ଼: ଲଘୁଚାପ ଜନିତ ବର୍ଷା କାହା ପାଇଁ ଆଶୀର୍ବାଦ ତ ଆଉ କାହା ପାଇଁ ଅଭିଶାପ ପାଲଟିଛି । ନୟାଗଡ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଏବେ ଜଳବନ୍ଦୀ ହୋଇ ଅଛନ୍ତି ଗଣିଆ ବ୍ଲକର ଶତାଧିକ ପରିବାର । ଘରେ ପାଣି ପଶିଯାଇଥିବାରୁ ନାଁ ଖାଇବାକୁ ମିଳୁଛି ନାଁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ । ଫଳରେ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ଉପାସ ରହିଛନ୍ତି ଅନେକ ପରିବାର ।

ଲଗାଣ ବର୍ଷାରେ ଗଣିଆରେ ପଶିଲା ପାଣି, ଉପାସରେ ଶତାଧିକ ପରିବାର

ଗଣିଆ ବ୍ଲକର ଓସ୍ତିଆ, ବସନ୍ତପୁର, ଗୋଛବାରି ଗ୍ରାମରେ ଥିବା ଲୋକଙ୍କ ଘରେ ବର୍ଷା ପାଣି ପଶିଯିବାରୁ ଏବେ ଘର ବାହାରେ ଲୋକେ । କିଏ ଘରୁ ବର୍ଷା ପାଣି ନିଷ୍କାସନ କରୁଛି ତ ଆଉ କିଏ ଘରେ ବନ୍ଧ ଦେବାରେ ଲାଗିଛନ୍ତି । ପୁଣି କିଏ ନିରୁପାୟ ହୋଇ ପରିବାର ଲୋକଙ୍କୁ ନେଇ ଉଚ୍ଚ ସ୍ଥାନରେ ବସି ରହିଛନ୍ତି।

ପ୍ରାୟ ପାଞ୍ଚ ସହ ପରିବାର ବର୍ଷା ଯୋଗୁଁ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ତରଫରୁ ରହିବାର ସୁବିଧା ମିଳିନଥିବାରୁ ଲୋକେ ରାତିର ଅନ୍ଧାରରେ ଜୀବନ ବିତାଉଛନ୍ତି । ତେବେ ବିପଦ ସଂକୁଳ ଅବସ୍ଥାରେ ଥିବା ଏହି ପରିବାରଙ୍କ ପାଖରେ ଅଦ୍ୟାବଧି ପ୍ରଶାସନ ପହଞ୍ଚିନଥିବା ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.