ନୟାଗଡ଼: ଦଳିତଙ୍କୁ ନ୍ୟାୟ ଦାବିରେ ପଦଯାତ୍ରା । ନୟାଗଡ଼ ଜିଲ୍ଲା ଖଣ୍ଡପଡାରେ ନ୍ୟାୟ ଯାତ୍ରା କରିଛି ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ । ଦଳିତ ଲୋକଙ୍କୁ ନ୍ୟାୟ ଦେବାରେ ଖଣ୍ଡପଡା ପୋଲିସ ନିରବ ରହୁଥିବାରୁ ଏନେଇ ଏକ ଦାବି ପତ୍ର ଖଣ୍ଡପଡା ଏସଡିପିଓ ଏବଂ ତହସିଲଦାରଙ୍କୁ ଦେଇଛି ଦଳ । ଦଳିତ ବ୍ୟକ୍ତିଙ୍କୁ ଆକ୍ରମଣ, ଘର ଭଙ୍ଗା ଏବଂ ଜଣେ ନାବାଳିକାଙ୍କ ଅପହରଣ ଘଟଣାରେ ପୋଲିସ ନିରବ ରହିଥିବାରୁ ଆଗାମୀ ଦିନରେ ଗଣ ଆନ୍ଦୋଳନ କରିବାକୁ ସ୍ମାରକ ପତ୍ରରେ ଉଲ୍ଲେଖ କରିଛି ଦଳ l
ଖଣ୍ଡପଡ଼ା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଛି l କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଉଦ୍ଧାର କରାଯାଇ ନାହିଁ । ତେଣୁ ଦଳିତଙ୍କୁ ତୁରନ୍ତ ନ୍ୟାୟ ଦାବି ଏବଂ ଅପହରଣ ନାବାଳିକାଙ୍କୁ ଉଦ୍ଧାର ଦାବି କରାଯାଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ