ETV Bharat / state

ସ୍ୱାଧୀନତା ଦିବସରେ ମନେପଡନ୍ତି ସ୍ବାଧୀନତା ସଂଗ୍ରାମୀ ରଘୁ ଦିବାକର

author img

By

Published : Aug 15, 2022, 4:40 PM IST

ସ୍ବାଧୀନତା ଦିବସରେ ମନେପଡନ୍ତି ନୟାଗଡ ରଣପୁର ଅଞ୍ଚଳର ଦୁଇ ସ୍ବାଧୀନତା ସଂଗ୍ରାମୀ ସହିଦ ରଘୁନାଥ ମହାନ୍ତି ଓ ସହିଦ ଦିବାକର ପରିଡା । ଅଧିକ ପଢନ୍ତୁ

ସ୍ୱାଧୀନତା ଦିବସରେ ମନେପଡନ୍ତି ସ୍ବାଧୀନତା ସଂଗ୍ରାମୀ ରଘୁ ଦିବାକର
ସ୍ୱାଧୀନତା ଦିବସରେ ମନେପଡନ୍ତି ସ୍ବାଧୀନତା ସଂଗ୍ରାମୀ ରଘୁ ଦିବାକର

ନୟାଗଡ: ଆଜି ଦେଶ ପାଳୁଛି ୭୬ତମ ସ୍ବାଧୀନତା ଦିବସ । ଆଜିର ଦିନରେ ମନେପଡନ୍ତି ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ସେହି ମହାନ ଓ ସାହସୀ ଯୋଦ୍ଧାଙ୍କ କଥା। ସେମାନଙ୍କ ମଧ୍ୟରୁ ନୟାଗଡ ରଣପୁର ଅଞ୍ଚଳର ଦୁଇ ଶହୀଦ ସ୍ବାଧୀନତା ସଂଗ୍ରାମୀ ରଘୁନାଥ ମହାନ୍ତି ଓ ଦିବାକର ପରିଡା ଅନ୍ୟତମ । ନୟାଗଡ଼ ତତ୍କାଳୀନ ରଣପୁରଗଡ଼ ରାଜ୍ୟରେ ଅତ୍ୟାଚାରୀ ରାଜାଙ୍କର ଅକଥନୀୟ ଅତ୍ୟାଚାର ବିରୋଧରେ ଦିନେ ସ୍ବର ଉତ୍ତୋଳନ କରିଥିଲେ ରଘୁ-ଦିବାକର । ରଣପୁରରେ ପ୍ରଜାମେଳି ଗଢ଼ି ଏହି ଦୁଇ ସଂଗ୍ରାମୀ ବନ୍ଧୁ ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ ।

ନଜର ପକାନ୍ତୁ ସଂଗ୍ରାମୀଙ୍କ ସଂଗ୍ରାମ କାହାଣୀ ଉପରେ

ରଣପୁର ରାଜାଙ୍କ ଅକଥନୀୟ ଅତ୍ୟାଚାରକୁ ବିରୋଧ କରି ରଣପୁରଗଡ଼ର ଜନସାଧାରଣ 1938 ମସିହାରେ ପ୍ରଜାମେଳି ଗଢ଼ି ପ୍ରଜା ଆନ୍ଦୋଳନକୁ ବ୍ୟାପକ କରାଇଥିଲେ । 1939 ମସିହାରେ ରଣପୁର ଅଞ୍ଚଳର ହଜାର ହଜାର ପ୍ରଜା ମେଳିବାନ୍ଧି ଅତ୍ୟାଚାରୀ ରାଜାଙ୍କ ରାଜବାଟି ଅଭିମୁଖେ ଅଗ୍ରସର ହୋଇଥିଲେ । ଏହାଦେଖି ତତ୍କାଳୀନ ରାଜା ତାଙ୍କ ରାଜନୈତିକ ଅନୁଚର ବେଜେଲଗେଟ ସାହେବଙ୍କୁ ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ରଣପୁର ଡକାଇଥିଲେ । ବେଜଲଗେଟ ସାହେବ ଢେଙ୍କାନାଳରେ ବାଜିରାଉତଙ୍କୁ ଗୁଳି କରିବା ସହ ଦଶପଲ୍ଲାରେ ଜଣେ ଗର୍ଭବତୀଙ୍କୁ ପାଦରେ ଦଳି ହତ୍ୟା କରିଥିଲେ l ଏହା ପ୍ରଜା ଆନ୍ଦୋଳନକୁ ଅଧିକ ପ୍ରଭାବିତ କରିଥିଲା ।

ଯାହାକୁ ନେଇ ଉତ୍ୟକ୍ତ ପ୍ରଜାମାନେ ବେଜଲଗେଟଙ୍କୁ ପ୍ରବଳ ବିରୋଧ କରିଥିଲେ । ଏହାକୁ ଦେଖି ବେଜଲଗେଟ ପ୍ରଜାଙ୍କ ଉପରେ ଗୁଳିବର୍ଷା କରିବାରୁ ସେହି ସ୍ଥାନରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହାପରେ ଶହୀଦ ରଘୁ-ଦିବାକର ପ୍ରଜାଙ୍କୁ ଏକାଠି କରି ଭାରତ ମାତାର ଜୟ ନାରାରେ ବେଜେଲଗେଟଙ୍କୁ ସେହି ସ୍ଥାନରେ ବାଉଁଶ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ । ରଘୁ-ଦିବାକର ପ୍ରଜାଙ୍କୁ ଏକାଠି କରି ଭାରତ ମାତାର ଜୟ ନାରାରେ ବେଜେଲଗେଟଙ୍କୁ ସେହି ସ୍ଥାନରେ ବାଉଁଶ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ ।

ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ନେତୃତ୍ୱରେ ରଣପୁରଗଡ଼ର ମୁଣ୍ଡ ଟେକିଥିବା ଏହି ପ୍ରଜା ଆନ୍ଦୋଳନ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ବେଜଲଗେଟଙ୍କୁ ପ୍ରଜାମାନେ ହତ୍ୟାକରିଥିବା ଖବର ପାଇ ଶହଶହ ବ୍ରିଟିଶ ବାହିନୀ ରଣପୁରଗଡ଼ରେ ପହଞ୍ଚିଥିଲେ । ପ୍ରଜାମେଳିର ପ୍ରଜାମାନଙ୍କୁ ବ୍ରିଟିଶମାନେ ଦମନ କରିବା ସହ ପ୍ରଜାଆନ୍ଦୋଳନର ସଂଗ୍ରାମୀ ରଘୁ-ଦିବାକରଙ୍କୁ ଗିରଫ କରି ବିହାରର ଭଗଲପୁର ଜେଲରେ ଭର୍ତ୍ତି କରିଥିଲେ । ଶେଷରେ 1941 ମସିହା ଏପ୍ରିଲ 4 ତାରିଖରେ ଏହି ଦୁଇ ବୀର ସଂଗ୍ରାମୀଙ୍କୁ ଜେଲରେ ଫାଶୀ ଦିଆଗଲା । ଦେଶମାତୃକା ପାଇଁ ଶହୀଦ ହୋଇ ଯୁଗଯୁଗ ପାଇଁ ଅମର ହୋଇଗଲେ ଏହି ଦୁଇ ବୀର ସଂଗ୍ରାମୀ ।

ଭାରତର ପ୍ରଜା ଆନ୍ଦୋଳନରେ ଜଣେ ସଚ୍ଚୋଟ ସିପାହୀ ଭାବେ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିବା ଏହି ଦୁଇ ବୀର ସଂଗ୍ରାମୀଙ୍କ ସ୍ମୃତିକୁ ଆଜି ମନେ ପକାଇଛନ୍ତି ରାଜ୍ୟବାସୀ l ନୟାଗଡ଼ ହେଉ କିମ୍ବା ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଆଜି ରଘୁ-ଦିବାକରଙ୍କୁ ମନେ ପକାଇଛନ୍ତି ସଭିଏଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.